ରାଉରକେଲା, (ସସ୍ମିତା ପ୍ରଧାନ) : ହିନ୍ଦ୍ ମଜଦୁର ସଭା ଆଞ୍ଚଳିକ କମିଟି ବୈଠକ ରାଉରକେଲା ମଜଦୁର ସଭା ମୁଖ୍ୟ କାର୍ଯ୍ୟାଳୟ ବିଶ୍ରା ରୋଡ଼ ରାଉରକେଲାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଉରକେଲା ମଜଦୁର ସଭା, ରାଉରକେଲା ଠିକା ଶ୍ରମିକ ସଭା, ଏନ୍.ଏସ୍.ପି.ସି.ଏଲ୍ ଏମ୍ପଲଇଜ ଆସୋସିଏସନ୍, ଆଇ.ଡି.ଏଲ ମଜଦୁର ସଭା, ଓଡ଼ିଶା ସିମେଣ୍ଟ ମଜଦୁର ସଂଘ, ଷ୍ଟିଲ ଏମ୍ପଲଇଜ ଆସୋସିଏସନ୍, ଏଫ୍.ଏସ୍.ଏନ୍.ଏଲ୍ ଏମ୍ପଲଇଜ ୟୁନିୟନ, ମାଇନ୍ସ ୟୁନିୟନ, ଶିଳ୍ପାଞ୍ଚଳ ଶ୍ରମିକ ସଭା, ଇଣ୍ଡଷ୍ଟ୍ରିଆଲ ସୁନ୍ଦରଗଡ଼ ଶିଳ୍ପାଞ୍ଚଳ ଶ୍ରମିକ ସଭା, ରାଉରକେଲା ଡୋମେଷ୍ଟ୍ରିକ ଓର୍କର୍ସ ୟୁନିୟନ, ଆମ୍ବେଦକର ନିର୍ମାଣ ଶ୍ରମିକ ସଭା, ଜିନ୍ଦଲ ଷ୍ଟିଲ ଓର୍କର୍ସ ୟୁନିୟନ, ମହାନଦୀ କୋଲ୍ ମଜଦୁର ସଂଘ, ହେଣ୍ଡାଲକୋ ଏମ୍ପଲଇଜ ୟୁନିୟନ, ଆଦିତ୍ୟ ବିର୍ଲା ଏମ୍ପଲଇଜ ୟୁନିୟନ, ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ, ମ୍ୟୁନିସିପାଲଟି ଏମ୍ପଲଇଜ ୟୁନିୟନ, ଆଶା ଆଶାସାଥୀ ସାମୁଖ୍ୟ, ମଧ୍ୟାହ୍ନ ଭୋଜନ ପାଚକ ପାଚିକା ସହାୟିକା ମହାସଂଘ, ଅଙ୍ଗନବାଡି କର୍ମଚାରୀ ସହାୟକ ସଂଘ, ବୀର ବିର୍ସା ମୁଣ୍ଡା ଶ୍ରମିକ ସଂଗଠନ, ଜନଶକ୍ତି ନିର୍ମାଣ ଶ୍ରମିକ ସଭା, ଜନତା ମଜଦୁର ସଂଘ, ନାରାୟଣୀ ଶ୍ରମିକ ସଂଘମାନଙ୍କର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ବୈଠକରେ ବିଶିଷ୍ଟ ଶ୍ରମିକ ନେତା ଆନନ୍ଦ ଚନ୍ଦ୍ର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହିନ୍ଦ୍ ମଜଦୁର ସଭାର ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈଦ୍ୟନାଥ ଦାସ, ଅକ୍ଷୟ କୁମାର ନାୟକ, ପ୍ରଭାକର ଚମ୍ପତିରାୟ, ମହମ୍ମଦ ମୃତ୍ୟୁଞ୍ଜା, ଆଦିକନ୍ଦ ଭୋଳ, ପ୍ରମୋଦ କୁମାର ପଟ୍ଟନାୟକ, ହେମନ୍ତ ବେହୁରିଆ ମଞ୍ଚାସୀନ ହୋଇଥିଲେ । ଏହି ବୈଠକରେ ତିନି ଗୋଟି ପ୍ରସ୍ତାବ ଆଗତ କରାଯାଇଥିଲା । ପ୍ରଥମଟି ହେଲା ହିନ୍ଦ୍ ମଜଦୁର ସଭା ଗଠନର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀ ଏବଂ ରାଜ୍ୟ ସମ୍ମିଳନୀ ପ୍ରବାଦ ପୁରୁଷ ରାଜକିଶୋର ସାମନ୍ତରାୟଙ୍କ ଜୟନ୍ତୀ (ମାର୍ଚ୍ଚ,୧୫) ଅବସରରେ ରାଉରକେଲାଠାରେ ଅନୁଷ୍ଠିତ କରିବା ପାଇଁ ରାଜ୍ୟ କମିଟିକୁ ଅବଗତ କରାଯିବା ନିଷ୍ପତ୍ତି ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଯଦି ସେହି ସମୟରେ ତାହା ସମ୍ଭବ ନହୁଏ ତେବେ ଏଠାରେ ସାଙ୍ଗଠନିକ ଅଭିବୃଦ୍ଧିକୁ ଲକ୍ଷ୍ୟ ରଖି ଆଞ୍ଚଳିକ ସମ୍ମିଳନୀ କରିବା ପାଇଁ ଆଲୋଚନା ହୋଇଥିଲା । ଦ୍ଵିତୀୟଟି ହେଲା ବର୍ତ୍ତମାନ ପରିସ୍ଥିତିରେ ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ର ସରକାର ହେଉ ଅଥବା ରାଜ୍ୟ ସରକାର ପୁରାପୁରି ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିରାଶ କରୁଛନ୍ତି, ଅନ୍ୟ କ୍ଷେତ୍ରରେ ଠିକା ନିଯୁକ୍ତି ବହୁ ପରିମାଣରେ ବୃଦ୍ଧି ପାଉଛି କିନ୍ତୁ ସମସ୍ତ ଜାଗାରେ ସରକାରୀ ନିୟମ କାର୍ଯ୍ୟକାରୀ ହେଉନାହିଁ । ସଠିକ୍ ଭାବେ ସମସ୍ତ ନିୟମାବଳୀ ଅନୁସାରେ କାର୍ଯ୍ୟ କରିବା ଦାବୀ କରାଯାଇଥିଲା ଓ ବହୁ ବର୍ଷ ଧରି ଶ୍ରମିକମାନଙ୍କ ମଜୁରୀ ବୃଦ୍ଧି ହୋଇନାହିଁ ସେଥିପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପାଖରେ ପୂର୍ବରୁ ଦାବୀ କରାଯାଇଥିବା ସତ୍ତ୍ବେ ଅତି ଶୀଘ୍ର କିପରି ଶ୍ରମିକ ଭଉଣୀ ଭାଇ ପାଇ ପାରିବେ ସେଥିପାଇଁ ପତ୍ର ଲେଖାଯାଇ କାର୍ଯ୍ୟ କରିବା । ତୃତୀୟଟି ହେଲା ବସ୍ତିଆ ସୃତି ସଦନ ବିଷୟରେ ରାଉରକେଲା ମଜଦୁର ସଭାର ପୂର୍ବତନ ସାଧାରଣ ସମ୍ପାଦକ ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ଧୂଳେଶ୍ଵର ବସ୍ତିଆଙ୍କ ସ୍ମୃତିରେ ବସ୍ତିଆ ସ୍ମୃତି ସଦନ ତତ୍କାଳୀନ ରାଉରକେଲା ମଜଦୁର ସଭାର ସଭାପତି ସ୍ୱର୍ଗତ ସୁରେନ୍ଦ୍ର ନାଥ ଦ୍ଵିବେଦୀ ସାଧାରଣ ସମ୍ପାଦକ ସ୍ୱର୍ଗତ ରାଜକିଶୋର ସାମନ୍ତରାୟଙ୍କ ପ୍ରଚେଷ୍ଟା ଏବଂ ରାଉରକେଲା ଇସ୍ପାତ କାରଖାନାର ଅଗଣିତ ଶ୍ରମିକ ଭଉଣୀ ଭାଇମାନଙ୍କ ନିରବିଛିନ୍ନ ଅକୁଣ୍ଠ ଦାନ, ସହାୟତା ଓ ସେହି ସମୟର ରାଜ୍ୟ ସରକାର ଏବଂ ରାଉରକେଲା ଇସ୍ପାତ କାରଖାନା କତ୍ତୃପକ୍ଷଙ୍କ ପୂର୍ଣ୍ଣ ସମର୍ଥନରେ କାର୍ଯ୍ୟକାରୀ ହୋଇଥିଲା । ବହୁ ବର୍ଷ ଧରି ସମସ୍ତ କାର୍ଯ୍ୟ ଠିକ୍ ଠାକ୍ ଚାଲୁଥିଲା କିନ୍ତୁ ବର୍ତ୍ତମାନ ଯାହା ଉପଲବ୍ଧି କରାଯାଇଛି ତାହା ଦୁଃଖଦାୟକ । ଶ୍ରମିକ ମଙ୍ଗଳ ପାଇଁ ଯେଉଁ ଚିନ୍ତାଧାରାରେ ଏହି ଅନୁଷ୍ଠାନ ଯାହା କି ବିଶ୍ଵ ପ୍ରସିଦ୍ଧ ଲାଭ କରିଥିଲା ବର୍ତ୍ତମାନ ପରିସ୍ଥିତିରେ ତାହା ଏକ ନିର୍ଦ୍ଦିଷ୍ଟ ପରିବାରର ସଦସ୍ୟଙ୍କ କବଳରେ ପରିଚାଳିତ ହେଉଛି ଯାହା କି ଗ୍ରହଣୀୟ ନୁହେଁ । ସେଥିପାଇଁ ସମସ୍ତ ସଂଗଠନର କର୍ମକର୍ତ୍ତା କ୍ଷୋଭ ପ୍ରକାଶ କରିବା ସହିତ ନିୟମ ଅନୁସାରେ ଏ ସମ୍ପର୍କରେ ରାଜ୍ୟ ସରକାର, ରାଉରକେଲା ପ୍ରଶାସନ, ଜିଲ୍ଲା ପ୍ରଶାସନ, ରାଉରକେଲା ଇସ୍ପାତ କାରଖାନା କତ୍ତୃପକ୍ଷଙ୍କୁ ଜଣାଇବା ସଙ୍ଗେ ସଙ୍ଗେ ଅନୁରୋଧ କରାଯାଉଛି ଯେ ଶ୍ରମିକମାନଙ୍କ ଅନୁଦାନରେ ଗଢିଥିବା ଅନୁଷ୍ଠାନ ପୂର୍ବ ପରି ଶ୍ରମିକମାନଙ୍କୁ ହସ୍ତାନ୍ତର କରାଯାଉ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ସିଦ୍ଧେଶ୍ଵର ବଳ, ପ୍ରମୋଦ କୁମାର ଦାସ, ପତିତପାବନ ଜେନା, ରାଜେଶ କୁମାର ବେହେରା, ସୋମନାଥ ସ୍ୱାଇଁ, ବିଷ୍ଠୁମୋହନ ପ୍ରଧାନ, ଦିଗାମ୍ବର ମହାନ୍ତି, ବାବୁଲି ଦାସ, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ବନମାଳୀ ବେହେରା, କ୍ଷେତ୍ର ମୋହନ ବାରିକ୍, କେଦାର ଦାସ, ପ୍ରଭାତ ନାୟକ, ନୃପାନନ୍ଦ ନାୟକ, ସୁରେଶ ପଟ୍ଟନାୟକ, ଝରଣା ମହାରଣା, ସଂଧ୍ୟା ରାଣୀ ସ୍ୱାଇଁ, ଗୌରୀ ମୁଣ୍ଡାରୀ, ସୁଶାନ୍ତ କୁମାର ସେଠୀ, ଗଗନ ବିହାରୀ ସାହୁ, ପ୍ରଶାନ୍ତ ମାଝୀ, ଲିଜା ମହାରଣା, ମୋନାଲିସା ଲେଙ୍କା, ପହଲୀ ନାୟକ, ମହେଶ୍ୱର ଦାସ, ବିଦେଶୀ ମୁନା, ମୁକ୍ତା ଛତ୍ରିଆ, ବିମଳ ବେହୁରିଆ, କୁଳମଣୀ ରାୟ, ସୁକାନ୍ତ ସ୍ବାଇଁ, ସାରିନୀ ମିଞ୍ଜ, ଦୁର୍ଗୀ ଓରାମ, ମାନସ କୁମାର ପଟ୍ଟନାୟକ ସମେତ ବହୁ ସାଥୀ ଉପସ୍ଥିତ ଥିଲେ ।