ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାର ସର୍ବ ବୃହତ, ପୁରାତନ ତଥା ଅଗ୍ରଣୀ ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ତଥା କର୍ମକର୍ତ୍ତା ନିର୍ବାଚନ ରାଧାକୃଷ୍ଣ ମନ୍ଦିର, ପଲ୍ଲିଶ୍ରୀ ବିହାର, ସଦାଇପାଲିଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରିଥିଲେ ସଭାପତି ପ୍ରଭାକର ମିଶ୍ର । ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ ସାଧାରଣ ସଂପାଦକ ମନୋରଂଜନ ମିଶ୍ର ଓ ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ କୋଷାଧ୍ୟକ୍ଷ ନରେନ୍ଦ୍ର କବାଟ । ମଂଚର କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ଆସନ୍ତା ଦୁଇ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଉପଦେଷ୍ଟା ସୁଧାଂଶୁ ଶେଖର ଦର୍ଜୀ, ଚାରିଜଣ ଉପଦେଷ୍ଟା ପଦ୍ମଚରଣ ଆଚାର୍ଯ୍ୟ, ବାସୁଦେବ ମେହେର, ଧନଞ୍ଜୟ ମିଶ୍ର ଓ ଦୁର୍ଗା ପ୍ରସାଦ ହୋତା, ସଭାପତି ନାରାୟଣ ପାଢୀ, ଉପ-ସଭାପତି ଇଂ. ପ୍ରଫୁଲ୍ଲ କୁମାର ସାହୁ ଓ ଇଂ. ହରେକୃଷ୍ଣ ମେହେର, ସାଧାରଣ ସଂପାଦକ ଅଶୋକ କୁମାର ଚାନ୍ଦ, ଅତିରିକ୍ତ ସାଧାରଣ ସଂପାଦକ ନୀଳାଞ୍ଚଳ ଚିରଗୁନ, ଯୁଗ୍ମ ସଂପାଦକ ଚୁଡେନ୍ଦ୍ର କୁମାର ବେହେରା ଓ ଗୌର ଚନ୍ଦ୍ର ପୁରୋହିତ, ସଂଗଠନ ସଂପାଦକ ବିନୟ କୁମାର ମିଶ୍ର, କାର୍ଯ୍ୟାଳୟ ସଂପାଦକ ସୁରେନ୍ଦ୍ର ନେଗୀ, କୋଷାଧ୍ୟକ୍ଷ ନରେନ୍ଦ୍ର କବାଟ, ୧୬ ଜଣ କାର୍ଯ୍ୟକାରୀ ସଦସ୍ୟ କପିଳେଶ୍ୱର ଖମାରୀ, ବୃଷକେତୁ ସାହୁ, ମଲିଆ ଗଡୁଆ, ଡା. ଗୋପାଳ କୃଷ୍ଣ ମିଶ୍ର, ଆଡଭୋଇକେଟ ଅଶୋକ କୁମାର ମିଶ୍ର, ଗଜେନ୍ଦ୍ର ତ୍ରିଭୁବନ ଦାସ ଭମର, ନବୀନ କୁମାର ନନ୍ଦ, ପ୍ରମୋଦ ରଂଜନ ପାଣ୍ଡିଆ, ଆର୍ତ୍ତତ୍ରାଣ ମିଶ୍ର, ପୂର୍ଣ୍ଣଚନ୍ଦ୍ର ମେହେର, ପ୍ରମୋଦ କୁମାର ଗୁରୁ, ପ୍ରଦୀପ କୁମାର ଶତପଥି, ଛାୟାକାନ୍ତ ସାହୁ, ସନାତନ ଠାକୁର, ପ୍ରଦ୍ୟୁମ୍ନ ଗଡତ୍ୟା ଓ ସନାତନ ରାଉତ ସର୍ବ ସମ୍ମତିକ୍ରମେ ନିର୍ବାଚନ କମିଟି ଦ୍ୱାରା ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନକୁ ନିର୍ବାଚନ ଅଧିକାରୀ ଭାବରେ ଶ୍ରୀକାନ୍ତ ପାଣିଗ୍ରାହୀ ଓ ସଭ୍ୟ ଭାବେ ଜୟକୃଷ୍ଣ ସାହୁ, ଅଗସ୍ତୀ ବାରିକ, ବିଶ୍ୱନାଥ ତ୍ରିପାଠୀ ପରିଚାଳନା କରିଥିଲେ । ସାଧାରଣ ପରିଷଦ ବୈଠକର ସମସ୍ତ ଖର୍ଚ୍ଚ ବିରଞ୍ଚି ହୋତା ବହନ କରିଥିବାରୁ ଉପସ୍ଥିତ ସମସ୍ତ ସଦସ୍ୟ କୃତଜ୍ଞତା ତଥା ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା ତଥା ଧନ୍ୟବାଦ ଅର୍ପଣ କରିଥିଲେ ସୁନିଲ ଚନ୍ଦ୍ର ବିଶ୍ୱାଲ ।

jittmm
Leave A Reply

Your email address will not be published.