ସମ୍ବିଧାନର ଦିବସ ପାଳନ ପାଇଁ ସମ୍ବିଧାନ ସୁରକ୍ଷା ମଞ୍ଚର ପ୍ରସ୍ତୁତି ବୈଠକ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ସ୍ମିତ ବରିଷ୍ଠ ନାଗରିକ ସଙ୍ଘ କାର୍ଯ୍ୟାଳୟରେ ସମ୍ବିଧାନ ସୁରକ୍ଷା ମଞ୍ଚର ଆବାହକ ପବିତ୍ର ଦେହେରୀଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏହି ବର୍ଷ ସୁରକ୍ଷା ମଞ୍ଚର ସପ୍ତମ ବର୍ଷ ସମ୍ବିଧାନ ଦିବସ ପାଳନ ହେବ । ବୈଠକରେ ବିଚାର କରାଗଲା ଯେ, ଆସନ୍ତା ୨୬ ନଭେମ୍ବର ୨୦୨୩ ସନ୍ଧ୍ୟା ୪ ଘଂଟା ସମୟରେ ସ୍ଥାନୀୟ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟଠାରେ ଏହି ଦିବସ ପାଳନ କରାଯିବ । ଉକ୍ତ ଦିବସରେ ବିଶିଷ୍ଟ ହକି ଖେଳାଳୀମାନଙ୍କୁ ସମ୍ମାନିତ କରାଯିବ ଏବଂ ବରଗଡ଼ ସହରର ମୁଖ ମାର୍ଗର ଯେ କୌଣସି ସ୍ଥାନରେ ଭଗବାନ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରାଯିବ ବୋଲି ପ୍ରସ୍ତାବ ଗ୍ରହଣ କରାଗଲା । ଉକ୍ତ ବୈଠକରେ ସମାଜସେବୀ ସରଦାର ପ୍ରୀତମ ସିଂ, ଚାଷୀନେତା ରମେଶ ମହାପାତ୍ର, ସମାଜସେବୀ ଶିବଲାଲ ମଟାରି, ମୁକୁନ୍ଦ ଦାଶ, ମମତା ବେହେରା, ରାଜକୁମାର ବନଛୋର, ଯଶୋବନ୍ତୀ ପୋଡ଼, ଅନୁ ଭୋଇ ଏବଂ ବାସନ୍ତୀ ବନଛୋର ଉପସ୍ଥିତ ଥିଲେ ।

Leave A Reply

Your email address will not be published.