ସାଲେଭଟା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଜନଜାଗରଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବ୍ଲକ ସହସଂଯୋଜକ କୌସ୍ତୁଭ ଜାଲ ସଭାପତିତ୍ୱ କରିଥିଲେ । ଆଗଲପୁର ଖଣ୍ଡ ପାଳକ ଯୋଗେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଏଥିରେ ସାଲେଭଟା, କୁଟାସିଂହା, ପଟୁଆପାଲି, ବକଟି, ବେନ୍ଦ୍ରା, ନଅଗାଁ(କ), ନଅଗାଁ(ଖ), ବଡଟିକା, ଝରଣିପାଲି, ଭରସୁଜା, ନୂନିଆଁପାଲି, ରୋତ, ଡୁଡୁକା, ଉପରବାହାଲ, ଲୁହୁରାମୁଣ୍ଡା, ରିନ୍ବଚନ, ଆଗଲପୁର, ବୁଦୁଲା, ବାବୁଫାସଡ ଓ ମୁରସୁଣ୍ଢି ଆଦି ୨୦ଟି ଗ୍ରା.ପରୁ ପ୍ରତିନଧିମାନେ ଯୋଗଦାନ କରିଥିଲେ ।ଅଯୋଧ୍ୟାରେ ଅନୁଷ୍ଠତ ହେବାକୁ ଥିବା ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସର୍ବଭାରତୀୟ ଯୋଜନାରେ ଆଗଲପୁର(ଡୁଡୁକା) ବ୍ଲକର ସହଭାଗୀତା ରହିବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଛି । ଆଗଲପୁର ବ୍ଲକରେ ଥିବା ୧୦୮ଟି ଗ୍ରାମର ସମସ୍ତ ପରିବାରକୁ ଉତ୍ସବ ପାଳନ ପାଇଁ ନିମନ୍ତ୍ରଣ କରିବାକୁ ସ୍ଥିରିକୃତ ହୋଇଛି । ଉକ୍ତ ୨୨ ଜାନୁୟାରୀ ୨୦୨୪ ସମସ୍ତ ଗ୍ରାମରେ ମନ୍ଦିର ପ୍ରାଙ୍ଗଣରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯିବ । ସଂଧ୍ୟାରେ ପ୍ରତି ପରିବାର ୫ଟିରୁ ଅଧିକ ଦୀପ ପ୍ରଜ୍ୱଳନ କରାଯିବାକୁ ଜନଜାଗରଣ ସୃଷ୍ଟି କରାଯିବ । ଏଥିରେ ଆନନ୍ଦଚନ୍ଦ୍ର ପସାୟତ, ପ୍ରେମେନ୍ଦ୍ର କୁମାର ସାହୁ, ଅଶେକ କୁମାର ମିଶ୍ର, ରମେଶଚନ୍ଦ୍ର ତ୍ରିପାଠୀ, ବାସୁଦେବ ପଟ୍ଟନାୟକ, ବିଜୟକୁମାର ସରାଫ, କୃଷ୍ଣକୁମାର ମିଶ୍ର, ସୁରେନ୍ଦ୍ର କୁମାର ବନଛୋର, କଳ୍ୟାଣୀ ସିଂବାବୁ, ପ୍ଳାବନୀ ପଟେଲ, ଜ୍ୟୋସ୍ନାମୟୀ ମହାଲିଙ୍ଗ, ସଂଯୁକ୍ତା ପଟେଲ, ନନ୍ଦଲା ବାଗ, ସତ୍ୟବାନ ପସାୟତ, ଶିବ ବଢେଇ, ବଳଦେବ ବାରିକ, ମାଧବ ନାଏକ, ଦୁଷ୍ମନ୍ତ ବେହେରା, ରମେଶ ପଧାନ, ବିଶ୍ୱେନ୍ଦୁ ବାରିକ, ଅଶୋକ ସାହୁ, ମହାଦେବ ମେହେର, ତଥା ଅନ୍ୟ ସଦସ୍ୟମାନେ ଯୋଗଦାନ କରି ଏହି ଆଲୋଚନାରେ ଭାଗ ନେଇଥିଲେ । ବିରେନ୍ଦ୍ର ସରଫ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post