jayashree

ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ଆସନ୍ତା ୨୧ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଏସ୍‌ଏସ୍‌ଓ ରିଙ୍କୁ ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ, ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲ, ସିଏଚ୍‌ସି ମେଡିକାଲ ଇନଚାର୍ଜ ଡ. ଥବୀର ମେହେର, ସିଡ଼ିପିଓ ସୁପ୍ରଭା ମହାପାତ୍ର, ଏବିଇଓ ହୀରା ସିଂ ମାଝୀ, ବିପିଏମ୍‌ ଡ ଗୋପାଳକୃଷ୍ଣ ଦୀପ, ବ୍ଲକ ପିଏ ଆଦିତ୍ୟ ପ୍ରସାଦ ହୋତା, ଡବ୍ଲୁଇଓ ଭୀମରାମ ମାଝୀ, ଏପିଓ ବସନ୍ତ ବଳିଆର ସିଂ, ସରପଞ୍ଚ ବିଶ୍ୱବିହାରୀ ଯୋଶୀ, କାଳିଆ ସରାଫ, ପ୍ରିୟବ୍ରତ ପ୍ରଧାନୀ, ପିଇଓ ଆନନ୍ଦ ପୁଟା, ଗଣାଦୀପ ପୋଡ଼, ରଞ୍ଜନ ରଣା, ପ୍ରକାଶ ପନିକା, ଗଙ୍ଗାଧର ଛତର, କମ୍ବୁଚରଣ ବାଗ, ଚନ୍ଦ୍ରିକା ସେଠ, ମିଳନ ରାଜପଳିଆ, ସମସ୍ତ ସୁପରଭାଇଜର, ଅଙ୍ଗନୱାଡ଼ି କର୍ମୀ, ଏମ୍‌ବିକେ, ସିଆର୍‌ପି ପ୍ରମୁଖ ଯୋଗ ଦେଇଥିଲେ । ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶିବିରରେ ଯୋଗଦେବା ପୂର୍ବରୁ ସମସ୍ତ ୨୧ ପ୍ରକାରର ନୂଆଁ ଓ ପୁରୁଣା ଭିନ୍ନକ୍ଷମଙ୍କ ନାମ ଅନ୍‌ଲାଇନ୍‌ରେ ରେଜିଷ୍ଟ୍ରେସନ କରି ଆସିବା ସହିତ ଏହି ଶିବିରରେ ଯୋଗଦେବା ପାଇଁ ବ୍ଲକ ଅଞ୍ଚଳରେ ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ ସମସ୍ତେ ଯତ୍ନବାନ ହେବାକୁ ଅନୁରୋଧ କରାଯାଇଥିଲା । ସମସ୍ତ ଭିନ୍ନକ୍ଷମଙ୍କୁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାରା ଯାଞ୍ଚ କରାଯାଇ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରାଯିବ ବୋଲି ବିଏସ୍‌ଏସ୍‌ଓ ଶ୍ରୀ ମେହେର ସୂଚନା ଦେଇଥିଲେ । ଶେଷରେ ପିଏ ରାଜ ସିଂ ବାବୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.