ଇ ଶକ୍ତି ପ୍ରକଳ୍ପ ତଦାରଖ କମିଟି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଇ ଶକ୍ତି ପ୍ରକଳ୍ପର ତଦାରଖ କମିଟି ବୈଠକ ବରଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ କୃଷି ବିକାଶ ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କର ପ୍ରବନ୍ଧକ ହଟ କିଶୋର ବେହେରା ଯୋଗଦାନ କରିଥିଲେ । ଚେୟାରମ୍ୟାନ ନିୟୁଲାଇଫ୍‌ ଫାଉଣ୍ଡେସନ୍‌ ଟ୍ରଷ୍ଟର ଅଧ୍ୟକ୍ଷ କଳାକାହ୍ନୁ ଦୀପ ଇ ଶକ୍ତି ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ । ବିଶେଷକରି ସାମ୍ପ୍ରତିକ ପରିସ୍ଥିତିରେ ସ୍ୱୟଂ ସହାୟକ ଗୋଷ୍ଠୀର ଭୂମିକା ଉପରେ ଶଙ୍କର ଚାଲାନ, ଡିପିଏମ୍‌ ଓଏଲମ୍‌ ଓ ନନ୍ଦିନୀ ମହାକୁର ଡିଏସ୍‌ଏମ୍‌, ପି.କେ ପାତ୍ର କ୍ରେଡିଟ ମେନେଜର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ, ପୁର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ ସମବାୟ ବ୍ୟାଙ୍କ ପ୍ରମୁଖ ଆଲୋଚନା କରିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକର ସଠିକ୍ ପରିଚାଳନା ବିଷୟରେ ବୈଠକରେ ବିଶେଷ ଆଲୋଚନା ହୋଇଥିଲା । ବୈଠକରେ ମହାଶକ୍ତି ଫାଉଣ୍ଡେସନର ରୋଜାଲିନ ଭୂୟାଁ, ଦେବଦତ୍ତ କ୍ଳବର ସଭାପତି କାହ୍ନୁ ମାଝୀ ଓ ନିୟୁଲାଇଫ୍‌ ଫାଉଣ୍ଡେସନ୍‌ ଟ୍ରଷ୍ଟ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉଜ୍ୱଳ କେଶର ବିଭାର, ଜୟେନ୍ଦ୍ର କର୍ଣ୍ଣ, ସୁବୋଧ କୁମାର ସାହୁ, ସୁଶାନ୍ତ ସାହୁ, ବିଜୟି ଧୀର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.