centurian jitm

ଟିଟିଲାଗଡ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଟୁକୁନି ସାହୁଙ୍କ ସମୀକ୍ଷା ବୈଠକ

nschool

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକରେ ପୌର ପରିଷଦ ତରଫରୁ କରାଯାଉଥିବା ପରିମଳ ବ୍ୟବସ୍ଥା ଓ ଦ୍ୱିତୀୟ ପର୍ଯ୍ୟାୟରେ ଜଳ ସେଚନ, ଜଳ ଯୋଗାଣ ତଥା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମ ବୈଠକରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢୀ, ପୌର ନିର୍ବାହୀ ଅଧିକାରୀ ସୁଶାନ୍ତ ରଣା, ପୌର ପରିଷଦ ଉପାଧ୍ୟକ୍ଷ ଶ୍ରୀମତୀ ପୁଷ୍ପା ମଞ୍ଜରି ଜାଲ, ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ କୁମାର ମିଶ୍ର ଉପସ୍ଥିତ ଥିଲେ । ପୌର ପରିଷଦ ଅଞ୍ଚଳରେ ଠିକ୍ ସେ କାମ କରିବାକୁ ତାଗିଦ୍ କରିଥିଲେ ମନ୍ତ୍ରୀ । କେବଳ ଅଗଷ୍ଟ ୧୫ ଓ ଜାନୁଆରୀ ୨୬ରେ କେବଳ ବ୍ଲିଚିଂ ପାଉଡର ଛିଞ୍ଚା ଯାଉଛି ଅନ୍ୟ ଦିନମାନଙ୍କୁ କାହିଁକି ସିଞ୍ଚନ କରାଯାଉନାହିଁ ? ପ୍ରତି ସପ୍ତାହରେ ଥରେ ସବୁ ଆଡେ ସହରର ଚାରି ଆଡେ ବ୍ଲିଚିଂ ପାଉଡର ସିଞ୍ଚନ କରିବାକୁ କହିଥିଲେ । ସ୍ୱଚ୍ଛତା ଦାୟିତ୍ୱରେ ଥିବା ଅଧିକାରୀ ତଥା ସଫେଇ କର୍ମଚାରୀଙ୍କୁ ଠିକ ସେ କାମ କରିବାକୁ କହିଥିଲେ । ସକାଳୁ ଅଳିଆ ଗାଡି ଠିକ୍‌ ସେ ଆସୁନଥିବା ଓ ଯଦି ଆସିଲେ ତରବରିଆ ଭାବେ ଅଳିଆ ଗାଡି ପଳେଇବା ନେଇ କିଛି କାଉନସିଲର ଅଭିଯୋଗ କରିଥିଲେ । ନାଳ ଉପରେ ଘୋଡ଼ଣି ଦେବା ପରଠାରୁ ଭିତର ସଫା ହେଉ ନଥିବା ମଧ୍ୟ ଅଭିଯୋଗ ହୋଇଥିଲା । ପୌର ପରିଷଦର ସମସ୍ତ ଯମାଦାର, ସ୍ବଚ୍ଛ ସାଥୀ, ସାନିଟେସନ ଅଧିକାରୀ ସାମିଲ ହୋଇଥିଲେ । ଗୋଟିଏ ମାସ ପରେ ପୁଣି ଥରେ ସମୀକ୍ଷା ବୈଠକ କରିବାକୁ କହିଥିଲେ ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ଆର୍‌ଡବ୍ଲୁଏସ୍‌ଏସ୍‌ ଓ ଜଳ ସେଚନ ବିଭାଗର ଅଧିକାରୀଙ୍କୁ ନେଇ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ କେତେ ଦୂର ଗଲା, କେଉଁ କେଉଁ କାମରେ ବିଳମ୍ବ ହେଉଛି, କଣ ପାଇଁ ହେଉଛି ସେ ନେଇ ଅଧିକାରୀଙ୍କୁ ପଚାରି ବୁଝିବା ସହ ଯଥା ଶୀଘ୍ର କାର୍ଯ୍ୟ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ନାୟକ, ଜିଲ୍ଲା ପରିଷଦ ଶ୍ରୀମତୀ ଗୀତା ବିଶି, ଉପଜିଲ୍ଲାପାଳ ଦୟାମୟ ପାଢୀ, ବ୍ଲକ ଉନ୍ନୟନ ଅଧିକାରୀ ସୁଶାନ୍ତ ରଣା, ଜଳ ସେଚନ ବିଭାଗର ଅଧିକାରୀ ଏସ୍‌କେ ମହାପାତ୍ର, ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ ମିଶ୍ର ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ ।

Leave A Reply

Your email address will not be published.