oom

ମାହେଶ୍ୱରୀ ସଂଗଠନ ସଦର ବ୍ଲକର ସାଧାରଣ ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଣାଶୁଣା ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ପକ୍ଷରୁ ଆଜି ସ୍ଥାନୀୟ ପିପି ଏକାଡେମୀଠାରେ ବଲାଙ୍ଗିର ବ୍ଲକ ଅଧୀନରେ ଥିବା ପଂଚାୟତ ମାହେଶ୍ୱରୀର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ପଂଚାୟତ ସ୍ତରରେ କିଭଳି ଭାବରେ ଲୋକେ ଉପକୃତ ହେବେ ସେ ଦିଗରେ ଅନୁଷ୍ଠାନର ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ଆଲୋଚନା କରିଥିଲେ । ଗ୍ରାମାଞ୍ଚଳରେ ଲୋକେ ଶିକ୍ଷିତ ହେବା ସହ ପଛଘୁଞ୍ଚା ନ ଦେଇ ବିଭିନ୍ନ ସମସ୍ୟା ଉପରେ କିଭଳି ସମାଧାନ କରିବେ ସେ ଉପରେ ମଧ୍ୟ ସମାଧାନ କରାଯାଇଥିଲା ଏବଂ ମହିଳା ସଶକ୍ତିକରଣ ପାଇଁ ପ୍ରତି ପଂଚାୟତରେ ମହିଳାମାନଙ୍କୁ ଆଗକୁ ଆଣିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ସହିତ ଚାଷୀମାନଙ୍କ ସମସ୍ୟା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଏହି ବୈଠକରେ ସଦର ବ୍ଲକର କୁଡାସିଂହା, ଶିକାଛିଡା, ବିଡିଘାଟ, ମିର୍ଦ୍ଧାପାଲି, କୁଟୁମଡୋଳା ପଂଚାୟତର ସଂଯୋଜନ ଏବଂ ସହ ସଂଯୋଜକ ମଧ୍ୟ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଏ ସବୁ କାର୍ଯ୍ୟକ୍ରମ କିଭଳି ଭାବରେ କାର୍ଯ୍ୟକାରୀ ହେବ ସମସ୍ତେ ନିଜର ମତାମତ ରଖିଥିଲେ । ବୈଠକରେ ଉପସ୍ଥିତ ଥିଲେ ମାହେଶ୍ୱରୀର ସଭାପତି ଶୋଭନ କୁମାର ଅଗ୍ରୱାଲ, ସଭ୍ୟ ଅପ୍ରମିତ ପରିଚ୍ଛା, ଯତିନ୍ଦ୍ର କୁମାର ସାହୁ, ଦେବାଶିଷ ପାଣ୍ଡିଆ, ରାଜ ବାଲୁକେଶ୍ୱର ନନ୍ଦ, ମୀନା ଧରୁଆ, ମନୋଜ ଝାଙ୍କର, ଲୋକନାଥ ପ୍ରଧାନ, ରମାକାନ୍ତ ସାହୁ, ଦୀପକ ଅଦାବରିଆ, ଦେବରାଜ ନାଏକ, ଆନନ୍ଦ ସିଂହ ଏବଂ ସାହିଲ ସିଂ ଗଡତ୍ୟା ।

jittmm
Leave A Reply

Your email address will not be published.