jayashree

ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା : ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଶାନ୍ତି କମିଟି ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ଗତ ଦୁଇ ଦିନ ପୂର୍ବରୁ ଗାଁର ଛତରଯାତ୍ରା ସମୟରେ ହୋଇଥିବା ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଫଳରେ ଅଶାନ୍ତ ରହିଛି । ତେବେ ଏହାକୁ ନେଇ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରୁଥିବା ବେଳେ ବଙ୍ଗୋମୁଣ୍ଡାରେ ଦୁଇ ଦିନ ପାଇଁ ୧୪୪ ଧାରା ଲାଗୁ କରାଯାଇଛି । ବଙ୍ଗୋମୁଣ୍ଡା ଥାନାରୁ ଗୋଲେଇ ଛକ ଦେଇ ଆମ୍ବେଦକର ନଗରକୁ ପୁଲିସ ପକ୍ଷରୁ ଏକ ଫ୍ଲାଗ୍ ମାର୍ଚ୍ଚ ମଧ୍ୟ କରାଯାଇଛି । ଏଥିରେ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ସହ ମାଜିଷ୍ଟେଟ୍ ରାକେଶ ଅଗ୍ରୱାଲ, ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁ ଏବଂ ଥାନା ଅଧିକାରୀ ସାମିଲ ଅଛନ୍ତି । ଏହି ଫ୍ଲାଗ୍ ମାର୍ଚ୍ଚ ପରେ ବଙ୍ଗୋମୁଣ୍ଡା ଶାନ୍ତ ଥିବା କହିଛନ୍ତି ଏସ୍‌ଡିପିଓ । ଏହି ଘଟଣାର ସଂପୃକ୍ତ ଥିବା ଦୁଇ ଗୋଷ୍ଠୀର ୫ଜଣଙ୍କୁ କୋର୍ଟ ଚାଳାଣ କରାଯାଇଥିବା ମଧ୍ୟ ଜଣାପଡିଛି । ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି । ବଙ୍ଗୋମୁଣ୍ଡାରେ ଶାନ୍ତି ଆଣିବା ପାଇଁ ଶାନ୍ତି କମିଟି ବୈଠକ ହୋଇଥିଲା । ଏହା ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀଙ୍କ ନେତୃତ୍ୱରେ ହୋଇଥିଲା । ମାଜିଷ୍ଟ୍ରେଟ ଦାୟିତ୍ୱରେ ଜଣେ ଅଧିକାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଏଥିରେ ବଙ୍ଗୋମୁଣ୍ଡାର ବିଭିନ୍ନ ପଡାର ଜନସାଧାରଣ, ଭଦ୍ରବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.