oom

ସରକାରୀ ଏନ୍‌ପିଏସ୍‌ କର୍ମଚାରୀଙ୍କ ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ନୂତନ ପେନ୍‌ସନ୍‌ ଯୋଜନାଭୂକ୍ତ ସରକାରୀ କର୍ମଚାରୀମାନଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ସରକାରୀ ହାଇସ୍କୁଲ ଶିକ୍ଷକ ସଂଘର ଉପଦେଷ୍ଟା ଦ୍ୱୁତି ରଂଜନ ମହାଲିଙ୍ଗ ସଭାପତିତ୍ୱ କରିଥିଲେ । ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଏନ୍‌ପିଏସ୍‌ କର୍ମଚାରୀ ନେତା ଯୋଗଦେଇ ନୂତନ ପେନସନ ଯୋଗୁଁ ଅବସର ପରେ ସରକାରୀ କର୍ମଚାରୀ ବହୁ କମ୍‌ ଟଙ୍କା ପାଇ ଦୁର୍ଦ୍ଦିନ ଜୀବନ ଯାପନ କରୁଥିବା ଯୋଗୁଁ ଉଦ୍‌ବେଗ ପ୍ରକାଶ ପାଇଥିଲା । ଏହା ସହିତ ସରକାରୀ କର୍ମଚାରୀଙ୍କ ପାଇଁ ନୂତନ ପେନସନ ବଦଳରେ ପୁରାତନ ପେନସନ ଯୋଜନା ଲାଗୁ କରିବା ପାଇଁ ପ୍ରବଳ ଦାବୀ ଉଠିଥିଲା । ସରକାରଙ୍କ ନିକଟରେ ନିଜର ଦାବୀକୁ ଜୋରଦାର କରିବା ନିମନ୍ତେ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀଙ୍କୁ ନେଇ ଏକ ୯ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି । କମିଟିରେ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶିତୋଷ ପାଣିଗ୍ରାହୀ, ସଂପାଦକ ଚକାନନ୍ଦ କମ୍ପ, ମାଧ୍ୟମିକ ଶିକ୍ଷକ ସଂଘର ସଭାପତି ରାଜ କୁମାର ଭୋଇ, ସଂପାଦକ ବିରକିଶୋର ସୁନା, ସ୍ୱାସ୍ଥ୍ୟ ବିଭାଗର ଶୁଶାନ୍ତ କୁମାର ମିଶ୍ର, ଏସ୍‌ଏସ୍‌ଡି ବିଭାଗର ଶ୍ରୀନିବାସ ମିଶ୍ର, ଅର୍ଥ ବିଭାଗର ରୂପେଶ କୁମାର ସାମଲ, ଜଳସେଚନ ବିଭାଗର ମନୋଜ କୁମାର ଭୋଇ ଏବଂ ଅମଲା ସଂଘର ସୁନିଲ କୁମାର ମିଶ୍ରଙ୍କୁ ଚୟନ କରାଯାଇଛି । ବୈଠକରେ ବିଭିନ୍ନ ବିଭାଗର ଏନପିଏସ୍‌ କର୍ମଚାରୀ ଡୋଲାମଣି ସାହୁ, ସୁମନ ସାହୁ, ଜନତା ନାଗ, ଭିକାରୀ ଚରଣ ପଣ୍ଡା, ସାଇଜ୍ୟୋତି ପଟେଲ, ଗାୟତ୍ରି ପଟେଲ, ଶ୍ୟାମ ସୁନ୍ଦର ପ୍ରଧାନ, କ୍ଷିତିଶ ସାହୁ, ପ୍ରେମଲାଲ କୁମ୍ଭାର, ଶେଷ ବାଗ, ସୁରେନ୍ଦ୍ର ମଲ୍ଲିକ, ପ୍ରମୋଦ ପଟେଲ, ଜଗଦିଶ ନାଗ, ଯଜେ୍ଞଶ୍ୱର ସାହୁ, ଚୈତନ୍ୟ ବେହେରା, ବୃନ୍ଦାବନ ପାଢୀ, ମହେନ୍ଦ୍ର ନାଗ ପ୍ରଭୃତି କର୍ମଚାରୀ ଯୋଗଦାନ କରି ନିଜସ୍ୱ ମତ ରଖିଥିଲେ । ଶେଷରେ ସରକାରୀ ହାଇସ୍କୁଲ ଏନ୍‌ପିଏସ୍‌ ଶିକ୍ଷକ ସଂଘର ରାଜ୍ୟ ଉପସଭାପତି ନରେଶ ଦ୍ୱାରି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.