ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡକ ସୁରକ୍ଷା ସମିତିର ମାସିକ ଆଲୋଚନା ସଭା ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ ଓ ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନାଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ଅଧିକାରୀ ତଥା କମିଟି ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀ ରାୟ ସମସ୍ତ ଅଧିକାରୀମାନଙ୍କୁ ଜିଲ୍ଲାର ଦୁର୍ଘଟଣା ଜନିତ ମୃତ୍ୟୁହାରକୁ ହ୍ରାସ କରିବା ନିମନ୍ତେ ସଚେତନ ହୋଇ କାର୍ଯ୍ୟ କରିବା ପାଇଁ ନିଦ୍ଦେଶ ଦେଇଥିଲେ ତତ୍‌ସହ ଏନ୍‌ଏଚ୍‌ ୫୭ରେ ଅବସ୍ଥିତ ଘାଟ କଇଁତରା ପୋଲର ଉଭୟ ପାର୍ଶ୍ୱରେ ଅତ୍ୟଧିକ ଗର୍ତ୍ତ ହୋଇଥିବା ରାସ୍ତାକୁ ତୁରନ୍ତ ମରାମତି ପାଇଁ ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ ବଲାଙ୍ଗିରଙ୍କୁ ନିଦ୍ଦେଶ ଦେଇଥିଲେ । ପୁନଶ୍ଚ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜର ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା ମୁଖ୍ୟ ଫାଟକକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ଗଠିତ ଜିଲ୍ଲାସ୍ତରୀୟ କମିଟିକୁ ଅନୁମୋଦନ କରିଥିଲେ । ଜିଲ୍ଲାରେ ହାତୀମାନଙ୍କ ଗନ୍ତବ୍ୟ ସ୍ଥଳ ଯେପରି ସୁରକ୍ଷିତ ହୋଇ ରହିବ ଓ ସେଠାରେ ଜନସାଧାରଣଙ୍କ ଦୃଷ୍ଟି ଗୋଚର ହେଲା ଭଳି ସୂଚନା ଫଳକ ମାନ ଲଗାଇବା ପାଇଁ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ନିଦ୍ଦେଶ ଦେଇଥିଲେ । ପରିଶେଷରେ ମଦ୍ୟପାନ କରି ଗାଡି ନ ଚଳାଇବା ପାଇଁ ପରିବହନ ବିଭାଗ ଓ ପୋଲିସ ବିଭାଗର ଅଧିକାରୀଙ୍କୁ ଏ ଦିଗରେ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ନିଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.