ପଦ୍ମପୁର ଉପଖଣ୍ଡ କାର୍ଯ୍ୟକାରିଣୀ ବୈଠକ ଓ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ଯାଦବ ସମାଜର ପଦ୍ମପୁର ଉପଖଣ୍ଡ ସଭାପତି ଓ ଜିଲ୍ଲା ସଂଯୋଜକ କେଶବ ଚନ୍ଦ୍ର ଜାଲଙ୍କ ସଭାପତିତ୍ୱରେ ସାଇରାଜ କଲ୍ୟାଣ ମଣ୍ଡପଠାରେ ରାଜବୋଡାମ୍ବର ଉପଖଣ୍ଡ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଓ ନୂଆଁଖାଇ ଭେଟ୍‌ଘାଟ୍‌ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଠଟି ବ୍ଲକ ଓ ତିନୋଟି ଏନ୍.ଏ.ସି. ପଦ୍ମପୁର, ପାଇକମାଲ, ଝାରବନ୍ଧ, ଗାଇସିଲେଟ, ବିଜେପୁର, ସୋହେଲା, ବରପାଲି ଏବଂ ବରଗଡ ବ୍ଲକ ସଭାପତି ଓ କର୍ମକର୍ତ୍ତାଙ୍କ ସହିତ ବହୁ ସଂଖ୍ୟାରେ ଉପସ୍ଥିତ ହୋଇଥିଲେ । ଏହି ବୈଠକରେ ସଙ୍ଗଠନକୁ ମଜବୁତ କରିବା ଓ ଶିକ୍ଷା, ସଂସ୍କାର, ରାଜନୈତିକ, ଆର୍ଥିକ ଏବଂ କୁ-ସଂସ୍କାରକୁ ଦୂରୀଭୁତ କରିବା ପାଇଁ ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଆମର ମୁଖ୍ୟପର୍ବ ନୂଆଁଖାଇ ଭେଟ୍‌ଘାଟ୍‌ ଅବସରରେ ନୂତନ ଉତ୍ସାହ, ଉଦ୍ଦୀପନା ସହିତ ସମାଜ କାର୍ଯ୍ୟକୁ ଗୁରୁତ୍ୱ ଦେବା ପାଇଁ ସ୍ତିର କରିବା ସହିତ ଉପଖଣ୍ଡର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ସମ୍ମାନୀୟ ଉପସଭାପତି ଲକ୍ଷ୍ମଣ ଜ୍ବାଡି, ଦେବାର୍ଚନ ବାଗ, ରୁପଧର ପାଣ୍ଡେ, ମାଷ୍ଟର ବାଗ, ସାଧାରଣ ସଂପାଦକ ଓମ୍‌ ପ୍ରକାଶ ଭୋଇ, ସହ ସଂପାଦକ ଫଗୁନୁ ଚରଣ ବାଗ, ସୁବାଷ ହଂସ, ବିଜୟ କୁମାର କାଣ୍ଡ କୋଷାଧ୍ୟକ୍ଷ ପ୍ରକାଶ ବାଗ ମହିଳା ସଭାନେତ୍ରୀ କନକ ବାଗ, ଉର୍ବସୀ ପୋଢ ବୁଦ୍ଧିଜୀବୀ ସଂଯୋଜକ ନବିନ କିଶୋର ଷାଣ୍ଢ ସମ୍ବାଦଦାତା ପ୍ରମୁଖ ସରତ ଚନ୍ଦ୍ର ବାଗ ସଂସ୍କାର ପ୍ରମୁଖ ଉଦ୍ଧବ ଭୁଏ ବିଚାରମଞ୍ଚ ସଭାତି ଚନ୍ଦ୍ରମଣି ଷାଣ୍ଢ ଆଇନ ବିଭାଗ ପ୍ରମୁଖ ମନୋଜ କୁମାର ଭୋଇ ସେବା ବିଭାଗ ପ୍ରମୁଖ କଂଗ୍ରେସ ହଂସ ଅର୍ଥ ବିଭାଗ ପ୍ରମୁଖ ରାଜୁ ଅଦାବର କାର୍ଯ୍ୟକାରିଣୀ କମିଟିରେ ପରକ୍ଷିତ ବନଛୋର, ମନୋଜ ପାଣ୍ଡେ, ଝସକେତନ ବଗର୍ତ୍ତି, ସନ୍ତୋଷ ବାଗ, ସାଧୁ ପୋଢ, ଉମେଶ ବନଛୋର, ଶ୍ରୀନିବାସ ବାଗ, ଡୁଗୁରୁ ଭୋଇ, ଅମିତ ଘିବେଲା, ଦିବ୍ୟକିଶୋର ବାଗ, ଗୋପାଳ ଷାଣ୍ଢ, ବସନ୍ତ ଥପା, ଜଲନ୍ଧର ବାଗ, ଲକ୍ଷ୍ମଣ ବଗର୍ତ୍ତି, ଉପଦେଷ୍ଠା କମିଟି ରାଜୁ ଘିବେଲା, ଘନଶ୍ୟାମ ପୁଞ୍ଜି, ଅମୃତ ଲାଲ ବନଛୋର, ମହନ ବନଛୋର ସମସ୍ତଙ୍କ ସହମତିରେ ମନୋନୀତ ହୋଇଛନ୍ତି । ଏହି ବୈଠକରେ ମୁଖ୍ୟ ଅତିଥି ଉତ୍କଳ ଯାଦବ ମହାସଭାର ସମ୍ମାନୀୟ ଉପସଭାତି ଧନସିଂହ ଭୋଇ ଏବଂ ବରଗଡ ଜିଲ୍ଲା ଯାଦବ ସାଂସ୍କୃତିକ ସମାଜ ସଭାପତି ରାଜୁ ଘିବେଲା, ଉପସଭାପତି ଘନଶ୍ୟାମ ପୁଞ୍ଜି, ମନଫୁଲ ଭୋଇ ସାଧାରଣ ସଂପାଦକ ରାମନାରାୟଣ ଭୋଇ, ଗଣପତି ବଗର୍ତ୍ତି ନୀତି ନିୟମ ସଭାପତି ଅମୃତ ଲାଲ ବନଛୋର ଆର୍ତ୍ତତ୍ରାଣ ପାଣ୍ଡେ, ଜିଲ୍ଲା ଯୁବ ସଂପାଦକ ପୀତବାସ ବେହେରା ମଞ୍ଚାସୀନ ଥିଲେ ଏବଂ ସମସ୍ତ ବ୍ଲକ ଓ ଏନ୍‌ଏସି ସଭାପତିମାନେ ଉପସ୍ଥିତ ଥିଲେ । ଧୃବ ଚରଣ ହାତୀ, ଝାସକେତନ ବଗର୍ତ୍ତି, ସାହେବ କୁଦେଇ, ଗଙ୍ଗାଧର ଚିରଗୁନ, ମନବୋଧ ଭୋଇ, ଶ୍ରୀନିବାସ ବାଗ ଉପସ୍ଥିତ ଥିଲେ । ପଦ୍ମପୁର ବ୍ଲକର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ଏବଂ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକୁ ସାଙ୍ଗ କରିଥିଲେ ।

Leave A Reply

Your email address will not be published.