ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଗାଁ ସାଥୀ ମେଟ୍ ସଙ୍ଘର ଏକ ଜରୁରୀକାଳୀନ ବୈଠକ ସ୍ଥାନୀୟ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସଭାପତି ଜଳଧର ଧରୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଟିଟଲାଗଡ ବ୍ଲକର ୨୪ଟି ଗ୍ରାମ ପଞ୍ଚାୟତରୁ ୧୫୦ ଗାଁ ସାଥୀ (ମେଟ୍) ଉପସ୍ଥିତ ଥିଲେ । ସରକାରଙ୍କ ନିଷ୍ପତ୍ତି କ୍ରମେ ୨୦୦୮ ମସିହାରେ ଚିଠି ନଂ.୪୩୨୪ ତା.୩୦/୦୧/୨୦୦୮ ମନରେଗା ଯୋଜନାରେ ଏକ ନିଯୁକ୍ତି ବାହାରିଲା ଏବଂ ପ୍ରତ୍ୟେକ ରାଜସ୍ବ ଗ୍ରାମରେ ଦୁଇଜଣଙ୍କୁ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ନିଯୁକ୍ତି ଦିଆଗଲା କିନ୍ତୁ ଦୁର୍ଭାଗ୍ୟର କଥା ଯେ, ସରକାରଙ୍କୁ ବାରମ୍ବାର ଜଣାଇଲା ପରେ ମଧ୍ୟ କିଛି ଫଳପ୍ରଦ ହେଲା ନାହିଁ ଯେତେଦିନ କାମ ଚାଲିବ ଦୈନିକ ମଜୁରୀ ଆକାରରେ ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହି ବୈଠକରେ କିଛି ଦାବୀ ବିଷୟରେ ଆଲୋକପାତ କରାଯାଇଥିଲା ସେ ଗୁଡିକ ହେଲା ଟିଟିଲାଗଡ ବ୍ଲକ ଏକ ଦାଦନ ପ୍ରବଣ ଅଞ୍ଚଳ ଏବଂ ସରକାର ଜବକାର୍ଡ ଧାରୀ ଶ୍ରମିକଙୁ ୩୦୦ ଦିନର କାମ ଦେବା ପାଇଁ ଘୋଷଣା କରିଛନ୍ତି କିନ୍ତୁ ବ୍ଲକ ପ୍ରଶାସନ ଓ ଜେ.ଇ ମାନେ ଚାହୁଁନାହାଁନ୍ତି ଯେ ଗାଁର ଉନ୍ନତି ହେଉ ବୋଲି ମନରେଗା ଯୋଜନାରେ ବନ୍ଧ.ଚେକଡ଼େମ.ରାସ୍ତା. ଜମିନ ଉନ୍ନତିକରଣ, କୂପ, ସୋପିଟ୍ ଏହି ସବୁକାମ ପାଇଁ ଲୋକେ ପଞ୍ଚାୟତରେ ଆବେଦନ କରୁଛନ୍ତି କିନ୍ତୁ ଫାଇଲ ହେଇପାରୁ ନାହିଁ । ଏଣୁ ପ୍ରତେକ ଗ୍ରାମରୁ ଲୋକ ଦାଦନ ଯାଉଛନ୍ତି ଏଥି ପାଇଁ ଟିଟିଲାଗଡ଼ ବ୍ଳକ ପ୍ରସାଶନ ଦାୟୀ ରହିବେ, ମନରେଗା ଯୋଜନାରେ ଗାଁ ସାଥୀ (ମେଟ୍)ଙ୍କୁ ସେମିସ୍କିଲରୁ ଟଙ୍କା ଦିଆଯାଏ ମାତ୍ର ସ୍କେୟାର ଏଷ୍ଟିମେଟ୍ କଲା ସମୟରେ ଜେଇମାନଙ୍କୁ କହିବା ସାତ୍ୱ ଗାଁ ସାଥୀଙ୍କ ପାଇଁ ଟଙ୍କା ଏଷ୍ଟିମେଟ୍ରେ ରଖୁନାହାନ୍ତି । ମନରେଗା କାମ କରି ଆର୍ଥିକ ବର୍ଷ – ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ ଅନେକ ଗାଁ ସାଥୀ ଟଙ୍କା ପାଇନାହାନ୍ତି । ସୂଚନା ଫଳକ ବୋର୍ଡର ଟଙ୍କା ମଧ୍ୟ ମିଳିପାରୁନାହିଁ । ମନରେଗା କାମକୁ ମନମୁଖୀ ଠିକାଦାର ଲଗାଇ ହରିଲୁଟ୍ କରାଯାଉଛି । ବ୍ଲକ ପ୍ରସାସନର ମନମୁଖୀ ଏନ୍ଏମ୍ଏମ୍ଏସ୍ ରେଜିଷ୍ଟ୍ରେସନ ବନ୍ଦ କରାଯାଉ, ଟିଟିଲାଗଡ ବ୍ଲକ ଗାଁ ସାଥୀ (ମେଟ୍) ସଂଘ ତା ୧୨/୦୫/୨୦୨୩ ଦିନ ରେଲି କରି ଉପ-ଜିଲ୍ଲାପାଳଙ୍କୁ ଏକ ମେମୋରେଣ୍ଡମ୍ ଦାବୀପତ୍ର ପ୍ରଦାନ କରିଥିଲୁ କିନ୍ତୁ ଆଜି ପର୍ଯ୍ୟନ୍ତ କିଛି ସମାଧାନ ହୋଇପାରିଲା ନାହିଁ ଏଣୁ ସମସ୍ତ ଗାଁ ସାଥୀ (ମେଟ୍)ଙ୍କ ମତାମତ ଅନୁଯାଇ ଯଦି ସାତ ଦିନ ପର୍ଯ୍ୟନ୍ତ ବ୍ଲକ ପ୍ରସାସନ କିଛି ସମାଧାନ ନକରେ ତାହେଲେ ବ୍ଲକ ସଭାପତି ଜଲଧର ଧାରୁଆଙ୍କ ନେତୃତ୍ବକ୍ରମେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରାଯିବା ନିଷ୍ପତ୍ତି ନିଆଯାଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହି ବୈଠକରେ ଉପସ୍ଥିତ ୨୪ଟି ଜିପିର ଶତାଧିକ ଗାଁ ସାଥୀ ଉପସ୍ଥିତ ଥିଲେ । ଟିଟିଲାଗଡ଼ ବ୍ଳକ ସଭାପତି ଜଳଧର ଧାରୁଆ, ରାଜ୍ୟ ଉପସଭାପତି ରମେଶ ରଣା, ଟିଟିଲାଗଡ଼ ବ୍ଳକ ଉପ ସଭାପତି ପରମାନନ୍ଦ ତାଣ୍ଡି, ଧର୍ମେନ୍ଦ୍ର ବାଗ, ରୋହିତ ବାଗ, ମୁକେଶ ଛତର, ସତ୍ୟଜିତ ମେହେର, ରାହାସ ବିଶ୍ୱାଇ, ପ୍ରହଲ୍ଲାଦ ପଧାନ, ଜଗବନ୍ଧୁ ବାଗ, ବଇଦ୍ୟ ସାହୁ, ଗୌରୀ ପାତ୍ର, ଧୃବଚରଣ ମାଝୀ, ବିଷ୍ଣୁ ବାଗ, ମାଧବ ହରପାଲ ପ୍ରମୁଖ ଉପସ୍ଥିତ ଥିଲେ ।