ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ମାତୃଭାରତୀ ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରଠାରେ ମାତୃଭାରତୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ପରିଚାଳନା ସମିତି ସଦସ୍ୟା ସୈରୀନ୍ଦ୍ରି ଛତ୍ରିଆ ସଭାପତିତ୍ବ କରିଥିଲେ । ବରିଷ୍ଠ ଆଚାର୍ଯ୍ୟା ବବିତା ମହାଣା ଉଦ୍ଦେଶ୍ୟ କଥନ ଓ ପରିଚୟ ପ୍ରଦାନ କରିଥିବା ବେଳେ ଗୁରୁମା ଶ୍ରୀମାଞ୍ଜଳି ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶିବ ପ୍ରସାଦ ବାରିକ ଶିଶୁମନ୍ଦିର ଯୋଜନାରେ ମାତୃଭାରତୀର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ଏଥିରେ ସମସ୍ତ ଗୁରୁମା ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!