oom

ଶାରଳା ଶକ୍ତିପୀଠରେ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା’ ଶାରଳା ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଅକ୍ଟୋବର ୬ ରୁ ୨୩ ତାରିଖ ପର୍ଯ୍ୟନ୍ତ ମା’ଙ୍କ ବିଭିନ୍ନ ବେଶ କରାଯିବା ସହିତ ପ୍ରତ୍ୟହ ଭଜନ କୀର୍ତ୍ତନ, ଚଣ୍ଡୀପାଠ, ହୋମଯଜ୍ଞ, ପ୍ରବଚନ ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି । ଏଥିସହିତ ଇଚ୍ଛୁକ ଶ୍ରଦ୍ଧାଳୁ ଦେବୀଙ୍କ ନିକଟରେ ତ୍ରି ଦିନାତ୍ମକ, ନବ ଦିନାତ୍ମକ ଅଥବା ଷୋଡ଼ଶ ଦିନାତ୍ମକ ଭାବେ ଅଖଣ୍ଡ ଜ୍ୟୋତି ଜଳାଇ ପାରିବେ । ପ୍ରତ୍ୟହ ସକାଳ ୬ଟାରେ ଦେବୀଙ୍କ ମଙ୍ଗଳ ଆଳତୀ ତଥା ନୀତିପୂଜା, ୮ ଟାରେ ଅବତାର ପୁଜା, ୧୦ ଟାରେ ସକାଳ ଆଳତୀ, ପୁଷ୍ପାଞ୍ଜଳି ଓ ବାଳଭୋଗ ଅର୍ପଣ, ଅପରାହ୍ନ ୧ ଟାରେ ଚଣ୍ଡୀପାଠ ଓ ପରେ ହୋମଯଜ୍ଞ ତଥା ପ୍ରସାଦ ସେବନର କାର୍ୟ୍ୟକ୍ରମ ରହିଛି । ପୀଠର ଅଧ୍ୟକ୍ଷ ତଥା ମୁଖ୍ୟ ପୃଷ୍ଠପୋଷକ ମୁରଲୀ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଘାସିରାମ ପୁଟା, ମୁକେଶ ପଧାନ, କୈଳାସ ପଧାନ, ରବି କୁଅଁର, ମୁକେଶ ଭୋଇ, ଜିବର୍ଦ୍ଧନ ଧରୁଆ, ଡାକ୍ତର କୁଅଁର, ପ୍ରକାଶ ମହାରଣା ପ୍ରମୁଖ ଉପସ୍ଥିତ ଥିବାବେଳେ ବ୍ରଜମୋହନ ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.