oom

ଅକ୍ଟୋବର ପହିଲା ସପ୍ତାହର ଚାଷୀ ସମାବେଶ ପାଇଁ ପ୍ରସ୍ତୁତି ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରାଜବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲାଟ ବ୍ଲକର କର୍ମକର୍ତ୍ତା ଓ ଶ୍ରମିକମାନଙ୍କୁ ନେଇ ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚାଷୀନେତା ରମେଶ ମହାପାତ୍ର ଉପସ୍ଥିତ ଥିଲେ । ଏହି ବୈଠକରେ ଗାଇସିଲାଟ ଅଂଚଳର ଅନେକ ଚାଷୀ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଚିର ମରୁଡି ପ୍ରପୀଡ଼ିତ ଗାଇସିଲାଟ ବ୍ଳକକୁ ଲୋୟର ସୁକତେଲ ଡେମ୍‌ରୁ ଚାଷ ଜମିକୁ କେନାଲ ମାଧ୍ୟମରେ ପାଣି ଯୋଗାଇ ଦେବାକୁ ଆନ୍ଦୋଳନ ତୀବ୍ର କରିବା ଓ ପାଣି ନାହିିଁ ତ ଭୋଟ ନାହିିଁ ଏହି ବାର୍ତ୍ତା ଗାଁ ଗାଁକୁ ଯାଇ ବୈଠକ ଓ ବେନର ଲାଗେଇବାକୁ ନିଷ୍ପତ୍ତି କରାଗଲା । ୨୦୨୩ ଫସଲବୀମାର ରିଭର୍ଟ ବାବଦରେ ଆଲୋଚନା ଓ କମ୍ପାନୀର ସେଟେଲାଇଟ ସର୍ଭେକୁ ପୁରା ଭାବେ ବିରୋଧ କରାଯିବ ଓ ଏ ବର୍ଷ ସ୍ୱଳ୍ପ ବର୍ଷା ହେତୁ ଚାଷ କ୍ଷତି ହୋଇଥିବାରୁ କ୍ଷତି ପୂରଣ ପାଇଁ ବିଶେଷ ଭାବରେ ଆଲୋଚନା ହୋଇଥିଲା । ଏରିଅର ବିଦ୍ୟୁତ ବିଲ୍‌ ଓ ଟାଟା ପାୱାରର ମନମୁଖୀ ପାୱାର କଟ, ଶୀତଳ ଭଣ୍ଡାର ସ୍ଥାପନ, ଧାନ ବିକ୍ରି, ସରକାରଙ୍କ ଘୋଷିତ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ୨ଲକ୍ଷ ୨% ପ୍ରତିଶତ ସୁଧ କୃଷି ଋଣ ଛାଡ କରିବା ସହ ପ୍ରତ୍ୟେକ ଚାଷୀମାନଙ୍କୁ ୩ ଲକ୍ଷ ପର୍ଯ୍ୟନ୍ତ କୃଷି ଋଣ ପ୍ରଦାନ କରିବାକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ, ସମ୍ବଲପୁର ସମବାୟ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ସରକାର ଘୋଷଣା କରିଥିବା ପଦ୍ମପୁର ଜିଲ୍ଲା ଦାବୀକୁ ପ୍ରମୁଖତାର ସହିତ ବିଚାର କରି ଆନ୍ଦୋଳନ ତୀବ୍ର କରିବା ପାଇଁ ଓ ସବୁବେଳେ ପଶ୍ଚିମ ଓଡିଶା ଅବହେଳାର ଶିକାର ହୋଇଥିବା, ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ଆଞ୍ଚଳିକ ବୈଷମତାର ଶିକାର ହୋଇଥିବାରୁ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀକୁ ଜୋରଦାର କରିବା ପାଇଁ ନିଷ୍ପତ୍ତି ନିଆଗଲା । ଏହି ପ୍ରମୁଖ ଦାବୀକୁ ନେଇ ଆସନ୍ତା ଅକ୍ଟୋବର ମାସ ପହିଲା ସପ୍ତାହରେ ଗାଇସିଲାଟ ବ୍ଲକରେ ଏକ ବିରାଟ ଚାଷୀ ସମାବେଶ ପାଇଁ ନିଷ୍ପତ୍ତି ନିଆଗଲା । ଏହି ବୈଠକରେ ପଦ୍ମପୁର ସଂଗଠନର ରୋହିତ ପଧାନ, ତୁଳରାମ ବେହେରା, କ୍ଷୀରୋଦ୍ର ସାହୁ, ସରୋଜ ସାହୁ, ଶଙ୍କର ନନ୍ଦ, ସରୋଜିନୀ ପଧାନ, କଂଗ୍ରେସ ବ୍ଲକ ସଭାପତି ଘନ ପାତ୍ର, ମୋହନ ସିଂ ବରିହା, ବୀଣାପାଣି ମାଝୀ, ମନୋଜ ଦାଶ, ଆନନ୍ଦ ପଧାନ, ଅଶୋକ କଲେତ ଓ ସମସ୍ତ କର୍ମକର୍ତ୍ତା ସାମିଲ ହୋଇଥିଲେ । ଶେଷରେ ସଂଗଠନର ସମ୍ପାଦକ ଗଜପତି ସାହୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.