oum

ବିଜୁ ଛାତ୍ର ଜନତା ଦଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

jsm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତକାଲି ବିଜୁ ଛାତ୍ର ଜନତା ଦଳର ଜିଲ୍ଲା କାର୍ୟ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି କରନ ସିକନ୍ଦରଙ୍କ ନେତୃତ୍ୱରେ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ରାଜ୍ୟ ସାଧାରଣ ସମ୍ପାଦକ ତଥା ବରଗଡ଼ ଜିଲ୍ଲା ପର୍ୟ୍ୟବେକ୍ଷକ ଶୁଭ୍ରାଂଶୁ ପାଢ଼ୀ, ସମ୍ବଲପୁର ଜୋନ ସଭାପତି ମିଲନ ହୋତା, ଯୁବ ଜନତା ଦଳ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ଯୁବ ଜନତା ଦଳ ଜିଲ୍ଲା ସାଧାରଣ ସମ୍ପାଦକ ରାହୁଲ ସାହୁ ଓ ଯୁବ ନେତା ଭୋଜରାଜ୍ ସିଂ ବରିହା ଅତିଥି ରୂପେ ଉପସ୍ଥିତ ଥିଲେ । ବିଜୁ ଜନତା ଦଳକୁ କିପରି ତୃଣମୂଳ ସ୍ତରରୁ ମଜବୁତ୍ କରିବା ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳର ପ୍ରାର୍ଥୀକୁ କିପରି ବିଜୟୀ କରିବା ସେ ବିଷୟରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ବହୁ ଦଳୀୟକ କର୍ମୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.