jayashree

ସଇଁତଲାରେ ନବରାତ୍ର ଦୁର୍ଗାପୂଜା ରୌପ୍ୟ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ସ୍ଥାନୀୟ ଦୁର୍ଗାମଣ୍ଡପ ପରିସରରେ ସାର୍ବଜନୀନ ନବରାତ୍ର ଦୂର୍ଗାପୂଜା ରୌପ୍ୟ ଜୟନ୍ତୀ କମିଟିର ସ୍ଥାୟୀ ସଭାପତି ସୁରେନ୍ଦ୍ର ସିଂ ଭୋଇଙ୍କ ସଭାପତିତ୍ବରେ ରୌପ୍ୟ ଜୟନ୍ତୀ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ନବରାତ୍ର ଦୂର୍ଗାପୂଜାକୁ ୨୫ ବର୍ଷ ପୂର୍ତ୍ତ ହେଉଥିବା ଅବସରରେ ରୌପ୍ୟ ଜୟନ୍ତୀ ମହାଆଡମ୍ବର ସହ ପାଳନ କରିବା ପାଇଁ କମିଟି ନିଷ୍ପତି ନେଇଅଛି । ଏଥିରେ କମିଟି ସମ୍ପାଦକ ସୁବୋଧ ମିଶ୍ର, ପୂର୍ବତନ ସମ୍ପାଦକ ସୁବାସ ରଥ ଓ ସ୍ମରଣିକା ସମ୍ପାଦକ ପ୍ରଦୀପ ଜାଲ ଉପସ୍ଥିତ ଥିଲେ । ଗତ ବର୍ଷରେ ୧୩ ଲକ୍ଷ ୮୪ ହଜାର ୮ ଶହ ୭୮ ଟଙ୍କା ଆୟ ହୋଇଥିବା ବେଳେ ୧୧ ଲକ୍ଷ ୨୯ ହଜାର ୮ ଶହ ୮୫ ଟଙ୍କା ବ୍ୟୟ ହୋଇଅଛି । ଏଥିରେ ୨ ଲକ୍ଷ ୫୪ ହଜାର ୯୯୩ ଟଙ୍କା ବଳକା ପଡ଼ିଥିବା ସମ୍ପାଦକ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ଏହି ନବରାତ୍ର ପୂଜାର ପ୍ରଥମ ଦିନରେ ଏକ ସ୍ମରଣିକା ଉନ୍ମୋଚନ କରିବା ପାଇଁ ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ପଞ୍ଚ କୁଣ୍ଡୀୟ ମହାଯଜ୍ଞ କରିବା ପାଇଁ ମୁଖ୍ୟ ପୂଜକ ରାଧାକାନ୍ତ ତ୍ରିପାଠୀ ପ୍ରସ୍ତାବ ଦେଇଥିଲେ । ଏହି ପୂଜା ପାଇଁ ବିଭିନ୍ନ କମିଟି ଗଠନ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଏଥିରେ ଭୋଗ ଖାଦ୍ୟ କମିଟି, ମନୋରଞ୍ଜନ, ପୂଜା, ପ୍ରଚାର ପ୍ରସାର, ଅଭ୍ୟର୍ଥନା, ଶୃଙ୍ଖଳା, ଅର୍ଥ କମିଟିଗୁଡିକ ଗଠନ କରାଯାଇଥିଲା । ଏପରିକି ଭଜନ ସନ୍ଧ୍ୟା, ଅପେରା, କଂସ ଦରବାରରେ କଂସ ମହାରାଜ ହୃଷିକେଶ ଭୋଇ, ମିନାବଜାର ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ଶ୍ରୀରାମଜୀ ବାବା ଘଣ୍ଟପାର୍ଟି ଦ୍ୱାରା କଳସ ଯାତ୍ରା ଓ ସନ୍ଧ୍ୟାରେ ଆଳତୀ କାର୍ଯ୍ୟକ୍ରମ କରିବା ପାଇଁ କମିଟି ପକ୍ଷରୁ ଧାର୍ଯ୍ୟ କରାଯାଇଛି । ଏହି ବୈଠକରେ କମିଟିର କର୍ମକର୍ତ୍ତା ସହ ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.