oum

ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବୀରେ ବୈଠକ ଅନୁଷ୍ଠିତ

jsm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରେ ୧୩ରୁ ୩୦ ଜିଲ୍ଲା ଘୋଷଣା କରିଥିଲେ । ସେତେବେଳଠାରୁ ଟିଟିଲାଗଡକୁ ୩୧ ନମ୍ବର ଜିଲ୍ଲା ମାନ୍ୟତା ଦାବୀରେ ଆଜିକୁ ଦୀର୍ଘ ୩୦ ବର୍ଷ ହେଲା ଆନ୍ଦୋଳନ ଜାରି ରହିବା ସତ୍ତ୍ୱେ କାହିଁକି ଜିଲ୍ଲା ଘୋଷଣା ହେଉ ନାହିଁ ବୋଲି ଲୋକେ ଉତକ୍ଷୀପ୍ତ ହୋଇଥିଲେ । ଆସନ୍ତା ମାସ ୧୫ ତାରିଖ ଭିତରେ ଯଦି ଘୋଷଣା ନ ହେଲା ତାହେଲେ ଜୋରଦାର ଆନ୍ଦୋଳନ କରିବୁ ବୋଲି ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି ଘୋଷଣା କରିଛନ୍ତି ।

ଟିଟିଲାଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆଗାମୀ ଦିନରେ କଣ କଣ ପଦକ୍ଷେପ ଗ୍ରହଣ କରିବ ସେ ନେଇ ଜିଲ୍ଲା ପ୍ରେମୀଙ୍କୁ ଡ଼ାକି ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶାସନ ଗାଦିରେ ବସିଥିବା ସରକାରଙ୍କୁ ଯଦି ଆମର ଦାବୀ ଶୁଭୁନି ତା’ହେଲେ ଆଗାମୀ ଦିନରେ ନିର୍ବାଚନ ବାତିଲ କରିବାକୁ ସମସ୍ତେ ଆହ୍ଵାନ ଦେଇଥିଲେ । ଦୁଇ ଦୁଇ ଥର ବିଧାୟିକା ତଥା ମନ୍ତ୍ରୀ ହୋଇ ନିର୍ବାଚିତ ହୋଇଥିବା ଆମ ଅଞ୍ଚଳର ବୋହୂ ଶ୍ରୀମତୀ ଟୁକୁନି ସାହୁ ଆସନ୍ତା ବିଧାନସଭାରେ ଟିଟିଲାଗଡକୁ ଜିଲ୍ଲା ଘୋଷଣା କେବେ ହେବ, ଜିଲ୍ଲା ଗଠନ ପାଇଁ ସରକାର କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପ୍ରଶ୍ନ ପଚାରି ଟିଟିଲାଗଡ ସହରବାସୀଙ୍କୁ ନିଜ ଉତ୍ତର ଦିଅନ୍ତୁ ବୋଲି କଂଗ୍ରେସ ଯୁବ ନେତା ଜ୍ଞାନ ରଞ୍ଜନ ସରାଫ କହିଥିଲେ । ବିଜେଡି ନଗର ସଭାପତି ରଣଜିତ୍ ପୃଷ୍ଟି ଆଗାମୀ ଦିନରେ ଆମେ ନିଶ୍ଚୟ ଖୁସି ଖବର ଶୁଣିବୁ ବୋଲି ଖୋଲା ମଞ୍ଚରେ ସମସ୍ତଙ୍କୁ ଅବଗତ କରୁଛନ୍ତି । ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି କୃଷ୍ଣ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ମହେଶ ମହାନ୍ତି, ପୂର୍ବତନ ନଗର ପାଳ ଶୁଭ୍ରାଂଶୁ ଦାସ, ଭବାନୀ ହୋତା, ଟିଟିଲାଗଡ ନାଗରିକ ମଞ୍ଚର ସଭାପତି ରାଧାକାନ୍ତ ପାଢୀ, ଆଇନଜୀବୀ ପଙ୍କଜ ପାଢ଼ୀ, ଅନ୍ତରାଷ୍ଟ୍ରୀୟ ଫିଲ୍ମ ନିର୍ମାତା ଜିତେନ୍ଦ୍ର ମିଶ୍ର, ସମାଜସେବୀ ଶ୍ରୀମତି ଅଞ୍ଜଳି ବେହେରା, ସୁଜାତା ଖୋସଲା, ଯୁବ ନେତା ବିଶ୍ଵନାଥ ମିଶ୍ର, ସମାଜ କଲ୍ୟାଣ ପରିଷଦର ପ୍ରମୋଦ ସରାଫ, ପୂର୍ବତନ ସରପଂଚ ହରି ନାରାୟଣ ମିଶ୍ର, ଘିନୁ ଆଡ ଯୁଆଡ, ପ୍ରମୋଦ ପ୍ରଧାନ, ଡ ଗୋବର୍ଦ୍ଧନ ସାହୁ, ସନ୍ତୋଷ କେଜ୍ରିୱାଲ, ରବି ସ୍ୱାଇଁ, ଗରିବ ସେନା ସଭାପତି ବିରେନ୍ଦ୍ର ବାଗ, ବିଜେପି ନଗର ସଭାପତି ପ୍ରଶାନ୍ତ ଷଡଙ୍ଗୀ, ମୁକେଶ ଜୈନ, ଅଶୋକ ମିଶ୍ର, ଆଲୋକ ନାୟକ, ଟିଟିଲାଗଡ ବିକାଶ ସେନାର ସଭାପତି ଇଂ ଅମ୍ଳାନ ଷଡଙ୍ଗୀ, ମୁରିବାହାଲ ବ୍ଲକର ସମିତି ସଭ୍ୟ ଟୁନା ମହାନନ୍ଦ, ବଙ୍ଗୋମୁଣ୍ଡା, ସିନ୍ଧେକେଲା ଅଞ୍ଚଳରୁ ବହୁତ ଲୋକ ଆସି ନିଜ ନିଜର ମତାମତ ଦେଇଥିଲେ ।

Leave A Reply

Your email address will not be published.