jayashree

ଗଞ୍ଜାମ ଏନ୍‌ଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଚଳିତ ବର୍ଷ ଅଗଷ୍ଟ ୩୧ରେ ସ୍ୱାୟତ୍ତ ଶାସନ ଦିବସ ଗଞ୍ଜାମ ଏନ୍‌ଏସିରେ ପାଳନ ହେବ କି ନାହିଁ ବୋଲି ଅନିଶ୍ଚିତା ଭିତରେ ଥିଲେ ଗଞ୍ଜାମବାସୀ । ଇଓଙ୍କ ନିଜସ୍ୱ ଉଦ୍ୟମ ସ୍ୱାୟତ୍ତ ଶାସନ ଦିବସ ପାଳନ ପାଇଁ ଏନ୍‌ଏସି ଇଓ ଅବିନାଶ ମିଶ୍ର ଜରୁରୀ ବୈଠକ ଡାକିବା ସହ ଜନପ୍ରତିନିଧିଙ୍କୁ ଚିଠି କରିଥିଲେ । ଫଳରେ ଶୁକ୍ରବାର ଅପରାହ୍ନରେ ଏନ୍‌ଏସି ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଏନ୍‌ଏସି ଉପାଧ୍ୟାକ୍ଷ ସୁରେନ୍ଦ୍ର କୁମାର ବାରିକି ଅଧକ୍ଷତା କରିଥିଲେ । କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, କାଉନ୍ସିଲର ସୁଜାତା ମହାନ୍ତି, ସଂଯୁକ୍ତା ଦାସ, ସବିତା ବେହେରା, ମହାଲକ୍ଷ୍ମୀ ନାୟକ, ପୁରସ୍ତମ ସାହୁ, ଚନ୍ଦ୍ରଶେଖର ରେଡ୍ଡୀ, ମୋହନ ରେଡ୍ଡୀ, ଅରୁଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏନ୍‌ଏସି କାର୍ଯ୍ୟାଳୟରେ ଜାଗା ଅଭାବ ଯୋଗୁଁ ପ୍ରଥମ ଥର ପାଇଁ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମରେ ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଲାଗି ନିଷ୍ପତ୍ତି ନିଆଯାଇଥିଲା । ସକାଳ ସାଢେ ଆଠଟାରେ ପତାକା ଉତ୍ତୋଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତଙ୍କୁ ଚିଠି କରିବା ପାଇଁ ଇଓ ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ପ୍ରତ୍ୟେକ ବାରଟି ୱାର୍ଡରେ ପତାକା ଉତ୍ତୋଳନ କରାଯିବ ବୋଲି ଇଓ ଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହ ଉକ୍ତ କାର୍ଯ୍ୟକ୍ରମ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ପାଇଁ ସ୍କୁଲଗୁଡିକୁ ଚିଠି ମାଧ୍ୟମରେ ଅବଗତ କରାଯିବା ପାଇଁ କୁହାଯାଇଛି । ଏଥିସହ ଉକ୍ତ କାର୍ଯ୍ୟକ୍ରମ ଦିନ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ପ୍ରତିଭା ନୃତ୍ୟ ପଦର୍ଶନ କରିବେ ଏବଂ ସେମାନଙ୍କୁ ଏନଏସି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ଜଣାପଡିଛି । ଏଥିପାଇଁ ବିଭିନ୍ନ ଦାୟିତ୍ୱ ଏନଏସି କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଏକାଉଣ୍ଟନ ଦୀପ୍ତି ରଞ୍ଜନ ପୃଷ୍ଟି, କନିଷ୍ଠଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା, ସାନିଟେସନ ଏକ୍ସପଟ ସୁମିତ ବେହେରା, ସିଏମଏମ ଭାଗ୍ୟଶ୍ରୀ ନାୟକ, ମହିଳା କନିଷ୍ଠ ଯନ୍ତ୍ରୀ ବିଷ୍ଣୁ ପ୍ରିୟା ସାବତ, ସିଓ ସ୍ୱପ୍ନା ରାଣୀ ମହାପାତ୍ର, ମୁକ୍ତା ଅଧିକାରୀ ଚିନ୍ମୟ ପୃଷ୍ଟି, ଉତ୍ତମ ବେହେରା, ଟିଟୁ ମହାପାତ୍ରଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.