centurian jitm

ନୃସିଂହନାଥ ପୀଠରେ ପଦ୍ମପୁର ବିଜେପିର ବୈଠକ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପଦ୍ମପୁର ବିଧାନସଭାସ୍ତରୀୟ ବୈଠକ ନୃସିଂହନାଥ ସ୍ଥିତ ଭାଗବତତତ୍ତ୍ବ ଯୋଗାଶ୍ରମଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଉପସଭାପତି ସରୋଜ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନତ୍ ଗଡତିଆ ଯୋଗଦାନ କରିଥିଲେ । ଓଡ଼ିଶା ସରକାରଙ୍କ ଦ୍ଵାରା ହେଉଥିବା ଭ୍ରଷ୍ଟାଚାର ବିରୋଧରେ ବିଧାନସଭା ଅନ୍ତର୍ଗତ ସମସ୍ତ ପଞ୍ଚାୟତକୁ ଘେରାଉ କରି ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବୀପତ୍ର ଦେବା ସହ ଚାଲିଥିବା ସଂଶୋଧିତ ଭୋଟର ତାଲିକା କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିବା ପାଇଁ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନଙ୍କୁ ଶ୍ରୀ ଗଡତିଆ ମାର୍ଗଦର୍ଶନ କରିଥିଲେ । ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଉପସ୍ଥିତ ରହି ସାଂପ୍ରତିକ ରାଜ୍ୟ ରାଜନୀତି, ବୁଥ୍ ସ୍ତରରେ ଦଳୀୟ ସଂଗଠନ ଉପରେ ଆଲୋଚନା କରି ଯେ କୌଣସି ସମୟରେ ନିର୍ବାଚନ ପାଇଁ ଦଳୀୟ କାର୍ଯ୍ୟକର୍ତ୍ତା ପ୍ରସ୍ତୁତ ରହିବାକୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟ କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ମକରଧ୍ୱଜ ବଗାର, ସରସ୍ଵତୀ ସାହୁ, ତ୍ରିପୁରା ବରିହା, ସରପଞ୍ଚ ସଂଘର ଜିଲ୍ଲା ସମ୍ପାଦକ ଆନନ୍ଦ ବେହେରା, ହରିହର ସାହୁ, ଲମ୍ବୋଦର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ ସମସ୍ତ ମଣ୍ଡଳ ସଭାପତି, ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ପ୍ରମୁଖ, ମୋର୍ଚ୍ଚା ପଦାଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.