centurian jitm

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାମ୍ବାଦିକ ଭବନଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଆହ୍ୱାନ କ୍ରମେ ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇଙ୍କ ସଭାପତିତ୍ୱରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଏବଂ ସମ୍ମାନିତ ଅତିଥି ଭାବେ ଅନୁସୂଚିତ ଜନଜାତି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବ୍ରଜମୋହନ ବିଶୋଇ ଯୋଗ ଦେଇଥିଲେ । ସଭାରେ ଆଦିବାସୀମାନଙ୍କ କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ଲୁକ୍କାୟିତ ପ୍ରତିଭା ତଥା ନକଲି ଆଦିବାସୀ ହଟାଓ, ଆଦିବାସୀମାନଙ୍କୁ ଜଙ୍ଗଲ ଜମି ଅଧିକାରରେ ପଟ୍ଟା ପ୍ରଦାନ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିସହିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦରୁ କିଭଳି ଭାବେ ଆଦିବାସୀମାନଙ୍କ ସାମୁହିକ ବିକାଶ ହୋଇପାରିବ ସେ ଉପରେ ଆଲୋଚନା ହୋଇଥିଲା । ଆଜିର ବୈଠକରେ କାର୍ଯ୍ୟକାରୀ ସଭାନେତ୍ରୀ ବନଲତା ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ ହେମେନ୍ଦ୍ର ହାଁସଦା, କୋଷାଧ୍ୟକ୍ଷ ପ୍ରଫୁଲ୍ଲ ତୁମୁନିଆଙ୍କ ସମେତ ଜିଲ୍ଲାର ସମସ୍ତ ୧୪ଟି ବ୍ଲକର ସଭାପତି ବଳଦେବ ଭୋଇ, ଦଶରଥ ଛତ୍ରିଆ, ନିମାଇଁ ଝାଙ୍କର, ସୁରଥ ଧରୁଆ, ସନ୍ତୋଷ ପୁଟା, ପଦ୍ମନ ପଧାନୀ, ରାଜୀବ କୁଅଁର, ବିକ୍ରମ ଭୋଇ, ମନୋରଞ୍ଜନ ଭୋଇ, ଚୌବନ କିଶୋର ମାଝୀ, ରସିକ ଧରୁଆ, ଭୁବନେଶ୍ୱର କୁଅଁର, ଚନ୍ଦ୍ର ବରିହା, ଭୁବନେଶ୍ୱର ଧରୁଆ, ଟଂକଧର ଧରୁଆ, ପ୍ରୀତିସିଂ ମଲ୍ଲିକ, ସାରଥୀ ବାଗ, ପାଲେଶ୍ୱର ଭୋଇ, ଅଚ୍ୟୁତ ଧରୁଆ, ମାହେଶ୍ୱରୀ ଭୋଇ, ନିଳେନ୍ଦ୍ରୀ ଭୋଇ ପ୍ରମୁଖ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ । ଆଗାମୀ ନଭେମ୍ବର ୧୫ରେ ଜିଲ୍ଲାସ୍ତରୀୟ ବିର୍ଷାମୁଣ୍ଡା ଜୟନ୍ତୀ ବଲାଙ୍ଗିରରେ ମହାସମାରୋହରେ ପାଳନ କରାଯିବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିଲା । ସଭାକୁ ହେମେନ୍ଦ୍ର ହାଁସଦା ପରିଚାଳନା କରିଥିବା ବେଳେ ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.