centurian jitm

କପିଲାଭଟା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକଙ୍କ ବୈଠକ

nschool

ବଙ୍ଗୋମୁଣ୍ଡା, (ହୁଲୋ୍‌ବର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଦ୍ୱିତୀୟ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବହୁ ସଂଖ୍ୟାରେ ଅଭିଭାବକ ଯୋଗଦାନ କରିଥିଲେ । ସଭାରେ ପ୍ରଧାନ ଶିକ୍ଷକ ଅରୁଣ କୁମାର ବାରିକ ସଭାପତିତ୍ୱ କରିଥିବା ବେଳେ ସହକାରୀ ଶିବରାମ ସ୍ୱାଇଁ ଅଭିଭାବକମାନଙ୍କୁ ସ୍ଵାଗତ ଅଭିଭାଷଣ ଦେବା ସହ ଓଡ଼ିଶା ସରକାରଙ୍କ ଶୈକ୍ଷିକ ଅଭିବୃଦ୍ଧି ପାଇଁ ଶିକ୍ଷଣ ସାମଗ୍ରୀ ଯୋଗାଣ ବିଷୟରେ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ଭାବେ କପିଲାଭଟା ପଞ୍ଚାୟତ ସରପଞ୍ଚ ତୁଳସେ ଭୋଇ, ସମ୍ମାନୀୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ଚେୟାର ପର୍ସନ ଦୁର୍ଦ୍ଦକ୍ଷ ହଂସ, ସମିତି ସଭ୍ୟ କେଦାର ଭୋଇ, ସିଆର୍‌ସିସି ହରପ୍ରସାଦ ମାଝୀ, ମୋ ସ୍କୁଲ ଅଭିଯାନର ସଭାପତି ପୃଥିରାଜ ବାଗ, ପୂର୍ବତନ ସମିତି ସଭ୍ୟ ମଧୁସୂଦନ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ବୈଠକରେ ବିଦ୍ୟାଳୟ ସୁରଭି ଏବଂ ସ୍ୱଚ୍ଛତା ପକ୍ଷ ପାଳନ, ସାଇବର ସଚେତନତା ଓ ଶିକ୍ଷାର୍ଥୀଙ୍କ ନିରାପତ୍ତା, ଧନ୍ଦାମୂଳକ ଶିକ୍ଷା ଓ ମୁକ୍ତ ବିଦ୍ୟାଳୟ ବିଷୟରେ ଆଲୋକପାତ କରିଥିଲେ । ବାଲ୍ୟ ବିବାହକୁ ନିରୁତ୍ସାହିତ କରିବା ପାଇଁ ଅଭିଭାବକମାନଙ୍କୁ ସଚେତନ, ପିଲାଙ୍କୁ ମାଗଣା ପୁସ୍ତକ, ପୋଷାକ, ଟି-ସାର୍ଟ, ପ୍ୟାଣ୍ଟ ଆଦି ଯୋଗାଣ ବ୍ୟବସ୍ଥା ସମ୍ବନ୍ଧରେ ଅବଗତ କରାଇଥିଲେ । ପିଲାଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ହାଉସ୍ ସିଷ୍ଟମ୍‌ର ଭୂମିକା ବିଷୟରେ ସମ୍ୟକ୍ ଧାରଣା ଦେଇଥିଲେ । ଶିକ୍ଷାର୍ଥୀମାନଙ୍କୁ ମାନସିକ ଚାପରୁ କିପରି ଦୂରେଇ ରଖିବା ସେ ସମ୍ବନ୍ଧରେ ପରାମର୍ଶ ଦେଇଥିଲେ । ଶେଷରେ ଅଭିଭାବକମାନେ ବିଦ୍ୟାଳୟର ଉନ୍ନତି ପାଇଁ ନିଜର ବହୁମୂଲ୍ୟ ପ୍ରସ୍ତାବ ରଖିଥିଲେ । ସଭାକୁ ସଫଳ କରିବା ପାଇଁ ଶିକ୍ଷକ କିରଣ କୁମାର ପ୍ରଧାନ, ଯୋଗିଚନ୍ଦ୍ର ବିଶି, ଦୁର୍ଗାପ୍ରସାଦ ପାଣିଗ୍ରାହୀ, କିରାଣୀ ବୃନ୍ଦାବନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷକ ବରୁଣ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.