ବଲାଙ୍ଗିର ବିଧାନସଭା ମଣ୍ଡଳସ୍ତରୀୟ ସମୀକ୍ଷା କମିଟି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଧାନସଭା ମଣ୍ଡଳସ୍ତରୀୟ ସମୀକ୍ଷା କମିଟି ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ନରସିଂହ ମିଶ୍ର ଉକ୍ତ ବୈଠକର ସଭାପତିତ୍ଵ କରିବା ସହ ବଲାଙ୍ଗିର ବିଧାନସଭା ମଣ୍ଡଳର ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ । ଜିଲ୍ଲାପାଳ ଚଞ୍ଚଳ ରାଣା ସ୍ଵାଗତ ଭାଷଣ ଦେଇଥିଲେ । ଶ୍ରୀ ମିଶ୍ର ବିଗତ ବୈଠକରେ ଦିଆଯାଇଥିବା କାର୍ଯ୍ୟାଦେଶର ସ୍ଥିତି ବିଷୟରେ ପଚାରି ବୁଝିଥିଲେ । କୃଷି ପାଇଁ ଚାଷୀ ଟିଏ କିପରି ବିନା କଳା ବଜାରୀରେ ସାର ଠୁ ମଞ୍ଜି ଯାଏଁ ସମସ୍ତ ସୁବିଧା ପାଇପାରିବ ସେ ବିଷୟରେ ଦୃଷ୍ଟି ଦେବାକୁ କହିଥିଲେ । ସହରାଞ୍ଚଳରେ ମ୍ୟୁନିସିପାଲିଟି ଡ୍ରେନେଜ ବ୍ୟବସ୍ଥାକୁ ଧ୍ୟାନ ଦେବା ସହ ନୂତନ ଜ୍ଞାନ କୌଶଳରେ ଏହାକୁ ନିର୍ମିତ କରିବାକୁ ଆଦେଶ ଦେଇଥିଲେ । ହୋଲଡିଙ୍ଗ ବାବଦରେ ତତ୍ପର ହେବା ସହ ସହରକୁ ସୁନ୍ଦର କରିବାର ଗୁରୁଦାୟିତ୍ଵ ଲୋକାଭିମୁଖୀ କାର୍ଯ୍ୟ ଦ୍ଵାରା ହିଁ ସମ୍ଭବ ବୋଲି କହିଥିଲେ । ଏଥିପାଇଁ ସ୍ଵତନ୍ତ୍ର ପ୍ୟାକେଜ ପାଇଁ ଅନୁମୋଦନ କରିବା ସହ ବଲାଙ୍ଗିର ସହର ଏବଂ ଆଖପାଖ ଅଞ୍ଚଳରେ କିପରି ଉନ୍ନତି ହେବ ଧ୍ୟାନ ଦେବାକୁ କହିଥିଲେ । ଦେବୋତ୍ତର, ଆଇନ ଶୃଙ୍ଖଳା, ଚବିଶ ଘଣ୍ଟିଆ ବିଦ୍ୟୁତ ସହ ଅଞ୍ଚଳବାସୀଙ୍କୁ ପାନୀୟଜଳର ସୁବିଧାକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ବାକିଥିବା କାର୍ଯ୍ୟ ଯଥା ସମ୍ଭବ ସାରିବାକୁ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧାରୁଆ ଧନ୍ୟବାଦ ଭାଷଣ ପ୍ରଦାନ କରିଥିଲେ । ଏହି ସଭାରେ ଜିଲ୍ଲାସ୍ତରୀୟ ସମସ୍ତ ଅଫିସର ଉପସ୍ଥିତ ଥିଲେ ।

Leave A Reply

Your email address will not be published.