om academy

ପ୍ରଥମ ଜିଲ୍ଲା ସମନ୍ୱୟ ବୈଠକ ଅନୁଷ୍ଠିତ

jsm
  • ଜିଲ୍ଲାରେ ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ୧୦ ଅଗଷ୍ଟରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ
  • ସଚେତନତା ନିମନ୍ତେ ପଲ୍ଲିସଭା ଓ ସ୍କୁଲ ଗୁଡିକରେ ବିଶେଷ ପଦକ୍ଷେପ ଉପରେ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାରେ ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାରେ ଅଗଷ୍ଟ ୧୦ରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ କରାଯିବ । ଆଶା ଓ ଅଙ୍ଗନବାଡି କର୍ମୀମାନେ ଏହି ଦିନ ମାନଙ୍କରେ ଘରକୁ ଘର ଯାଇ ଫାଇଲେରିଆ ରୋଗ ଉପରେ ସଚେତନତା ସୃଷ୍ଟି କରିବା ସହ ବୟସ ଅନୁସାରେ ଫାଇଲେରିଆ ନିରାକରଣ ନିମନ୍ତେ ଉଦ୍ଧିଷ୍ଟ ଔଷଧ ଆଲବେଣ୍ଡାଜଲ, ଡି.ଇ.ସି ଓ ଆଇବରମେକଟିନ ଟ୍ୟାବଲେଟ ଖୁଆଇବେ । ଏହି ଔଷଧ ସମ୍ପୂର୍ଣ୍ଣ ନିରାପଦ ଥିବା ଏବଂ ଖାଦ୍ୟ ଖାଇବା ପରେ ଔଷଧ ସେବନ କରିବା ନିମନ୍ତେ ବୈଠକରେ ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଦୈତ୍ୟ ନାରାୟଣ ପାଢ଼ୀ ବୈଠକରେ ସୂଚନା ଦେବାସହ ବୈଠକର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଔଷଧ ୨ ବର୍ଷରୁ କମ୍‌ ବୟସର ଶିଶୁ, ଗର୍ଭବତୀ ମହିଳା କିମ୍ବା ଅତିଶୟ ଗୁରୁତର ରୋଗରେ ଶଯ୍ୟାପୀଡିତଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ସେବନ କରାଯିବ । କ୍ୟୁଲେକ୍ସ ମଶା ଏହି ରୋଗର ବାହକ ଥିବା ବେଳେ ରୋଗର ଲକ୍ଷଣ ସଙ୍ଗେ ସଙ୍ଗେ ଜଣା ପଡ଼ିନଥାଏ ବରଂ ସଂକ୍ରମଣ ହେବାର ଅନେକ ବର୍ଷ ପରେ ଯାଇ ହାଇଡ୍ରୋସିଲ ଓ ଗୋଦରଗୋଡ଼ ଆଦି ଲକ୍ଷଣ ରୂପରେ ପ୍ରକାଶ ପାଇଥାଏ । ବୈଠକରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଅଧ୍ୟକ୍ଷତା କରି ଏହି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମକୁ ସଫଳ ଓ ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେବା ସହ କୌଣସି ଯୋଗ୍ୟ ବ୍ୟକ୍ତି ଯେପରି ବାଦ ନ ପଡ଼ନ୍ତି ସେଥିପ୍ରତି ବିଶେଷ ଯତ୍ନବାନ ହେବା ଏବଂ ସାମୁହିକ ଔଷଧ ସେବନର ନିର୍ଦ୍ଧାରିତ ୦୫ ବର୍ଷ ଅବଧି ମଧ୍ୟରେ ଜିଲ୍ଲାରୁ ଏହି ରୋଗର ମୂଳୋତ୍ପାଟନ ଉପରେ କାର୍ଯ୍ୟ କରିବାକୁ ଗୁରୁତ୍ୱାରୋପ କରିଛନ୍ତି । ସେ ଆହୁରି କହିଛନ୍ତି କି ଜିଲ୍ଲାର ପ୍ରତ୍ୟେକ ବିଭାଗ ସମନ୍ୱୟ ପୂର୍ବକ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଜିଲ୍ଲା ଶିକ୍ଷା ଅଧିକାରୀ ସ୍କୁଲସ୍ତରରେ ପ୍ରାର୍ଥନା ସଭାରେ ତଥା ଅଭିଭାବକ – ଶିକ୍ଷକ ବୈଠକରେ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ସହ ଅଭିଭାବକଙ୍କ ମଧ୍ୟରେ ଆବଶ୍ୟକ ସଚେତନତା ପାଇଁ ପଦକ୍ଷେପ ନେବେ ସେହିପରି ପଞ୍ଚାୟତ ସ୍ତରରେ ପଲ୍ଲିସଭା ମାଧ୍ୟମରେ ସମସ୍ତ ଜନପ୍ରତିନିଧି ସହ ଜନସାଧାରଣଙ୍କୁ ସାମିଲ ପୂର୍ବକ ଏହି କାର୍ଯ୍ୟକ୍ରମର ବ୍ୟାପକ ସଚେତନତା ନିମନ୍ତେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ସୁବର୍ଣ୍ଣପୁରଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାକୁ ଆଗାମୀ ଦିନରେ ଫ୍ୟାଲେରିଆ ମୁକ୍ତ କରିବାକୁ ପ୍ରତ୍ୟେକ ସମ୍ପୃକ୍ତ ଅଧିକାରୀ ନିଜ ନିଜ ବିଭାଗୀୟ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ଆବଶ୍ୟକ ସଚେତନତା ନିମନ୍ତେ ଉପଯୁକ୍ତ କାର୍ଯ୍ୟଖସଡ଼ା ପ୍ରସ୍ତୁତ ସହ ଯତ୍ନବାନ ହେବାକୁ ଆହ୍ୱାନ କରିଛନ୍ତି । ଜିଲ୍ଲାର ସମସ୍ତ ଗ୍ରାମ ଓ ସହରାଞ୍ଚଳ ଜନବସତିର ସମସ୍ତ ଯୋଗ୍ୟ ଲୋକ ଯେପରି ଔଷଧ ସେବନରେ ନିଶ୍ଚିତ ସାମିଲ ହୋଇ ଔଷଧ ସେବନ କରିବେ ସେଥିପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ଶ୍ରୀ ରାୟ । କାର୍ଯ୍ୟକ୍ରମର ବ୍ୟବସ୍ଥିତ ଓ ସୁଚାରୁ ସମ୍ପାଦନ ନିମନ୍ତେ ତୃଣମୂଳ ସ୍ତରରେ ଘରକୁ ଘର ଯାଇ ଔଷଧ ସେବନ କରାଇବା ନିମନ୍ତେ ୨୫୮୪ ଜଣ ଔଷଧ ସେବନ କର୍ମୀ ନିୟୋଜିତ କରାଯାଇଛି । ପୁନଶ୍ଚ କାର୍ଯ୍ୟକୁ ସୁନିଶ୍ଚିତ ଓ ତଦାରଖ କରିବା ନିମନ୍ତେ ୨୫୭ ଜଣ ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏଥି ନିମନ୍ତେ ସରକାରଙ୍କ ତରଫରୁ ଆବଶ୍ୟକ ଡିଇସି ଟ୍ୟାବଲେଟ, ଆଲବେଣ୍ଡାଜଳ, ଆଇଭରମେକ୍ଟିନ ଟ୍ୟାବଲେଟ ଜିଲ୍ଲାକୁ ଆସିଥିବା ବୈଠକରେ ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ ଏବଂ ବ୍ୟବସ୍ଥିତ ସହ ସୁପରିଚାଳନା କରିବା ନିମନ୍ତେ ସେକ୍ଟର ଲେବେଲ, ବ୍ଲକ ଲେବେଲ ଓ ମୁନିସିପାଲିଟି ଲେବେଲରେ ରେପିଡ ରେସପନ୍ସ ଟିମ୍‌ ଗଠନ କରାଯାଇ ଦାୟିତ୍ଵ ଦିଆଯିବା ଉପରେ ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ । କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମାପନ କରିବା ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ଡ଼ଃ ନିଶିଥ ଦାଶ ପ୍ରମୁଖ ଯୋଗଦାନ କରି ସ୍ୱାସ୍ଥ୍ୟ ସଂଗଠନ ସମସ୍ତ ପ୍ରକାର ସହଯୋଗର ହାତ ବଢ଼ାଇ ଥିବା ସୂଚନା ପ୍ରଦାନ ସହ ସମସ୍ତ ବିଭାଗର ସହଯୋଗ କାମନା କରିଥିଲେ । ଭେକଟର ବାହିତ ରୋଗ ପରାମର୍ଶଦାତା ଚନ୍ଦ୍ରଶେଖର ମିଶ୍ର, ଜିଲ୍ଲାରେ ଫେଲେରିଆର ସ୍ଥିତି, ଅବସ୍ଥିତି ଓ ତାର ନିରାକରଣ ନିମନ୍ତେ ନିଆଯିବାକୁ ଥିବା ବ୍ୟବସ୍ଥା ସମ୍ପର୍କରେ ପାୱାର ପ୍ରେଜେଣ୍ଟେସନ ଦ୍ୱାରା ତଥ୍ୟ ପ୍ରଦାନ କରିଥିଲେ । ଆଜିର ଏହି ଦ୍ଵିତୀୟ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିବା ବେଳେ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ, ସିଡିଓ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନିହାର ରଞ୍ଜନ କଁହର, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ମନୋଜ କୁମାର ଅଦାବର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଭିଭିଡି ଡ଼ଃ ରମେଶ ଚନ୍ଦ୍ର ସ୍ୱାଇଁ, ଡିପିଏଚ୍‌ଓ, ଜିଲ୍ଲା ଟିବି ଅଧିକାରୀ ପଦ୍ମହଂସ ଦୋରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଡିପିଏମ୍‌ଏନ୍‌ଏଚ୍‌ଏମ୍‌ ବିଶ୍ୱମ୍ବର ବେହେରା, ଯବ କିମସନ ପଧାନ, ଜିଲ୍ଲା ସଂଯୋଜକ ଫ୍ୟାଲେରିଆ କାର୍ଯ୍ୟକ୍ରମ ତଥା ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ସୁବର୍ଣ୍ଣପୁର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.