ଟିଟିଲାଗଡ଼ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସରପଞ୍ଚ ସଙ୍ଘର ଜରୁରୀକାଳୀନ ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସରପଞ୍ଚ ସଙ୍ଘର ଏକ ଜରୁରୀ ବୈଠକ ସରପଞ୍ଚ ସଙ୍ଘ ସଭାପତି ବୀରବର ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଧବଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିମ୍ନ ଲିଖିତ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ସେ ଗୁଡିକ ହେଲା ୧- ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ କାର୍ଯ୍ୟଗୁଡ଼ିକ ଚୟନ କରିବା ସମୟରେ ତଳ ସ୍ତରର ଲୋକ ପ୍ରତିନିଧିମାନେ ଉପସ୍ଥିତ ରହିବା କଥା, ଟିଟିଲାଗଡ ବ୍ଲକର ଖାଲି ବିଜେଡ଼ି ସମର୍ଥିତ ୬ ସରପଞ୍ଚଙ୍କୁ ରଖା ଯାଇଥିବା ବେଳେ ଅନ୍ୟ ୧୮ ଜଣ ସରପଞ୍ଚ କିଛି ଜାଣି ନଥିବା କ୍ଷୋଭ ପ୍ରକାଶ କରିଥିଲେ । ସେଥିପାଇଁ ଆଗାମୀ ଦିନରେ ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବିରୋଧ କରିବାର ନିଷ୍ପତି ନେଇଛନ୍ତି । ପଞ୍ଚାୟତମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମ୍ପୂଣ୍ଣ ଅନ୍ଧାରରେ ରଖା ଯାଉଥିବା, ଭୋଟର କାର୍ଡରେ ଅନେକ ତୃଟି ଥିବାରୁ ଅନେକ ବୃଦ୍ଧବୃଦ୍ଧା ଭତ୍ତା ଚୟନ ପ୍ରକ୍ରିୟାରେ ପଛରେ ରହି ଯାଉଥିବାରୁ ଫାଇନାଲ ଚୟନ ସମୟରେ ଲୋକ ପ୍ରତିନିଧିମାନଙ୍କୁ ଗୁରୁତ୍ଵ ଦେବା ପାଇଁ ଆଲୋଚନା କରାଯାଇଥିଲା । ପଞ୍ଚାୟତ ସମିତି ବୈଠକ ପ୍ରତି ଦୁଇମାସରେ ଥରେ ହେବାକୁ ସ୍ଥିର କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ମାତ୍ର ଦୁଇ ଗୋଟି ବୈଠକ ହୋଇଥିବାରୁ କେମିତି ପଞ୍ଚାୟତ ସମିତି ଚାଲିଛି ବୋଲି ବରିଷ୍ଠ ସରପଞ୍ଚମାନେ କ୍ଷୋଭ ପ୍ରକାଶ କରିଥିଲେ, ସରକାର ଦିନକୁ ଦିନ ପଞ୍ଚାୟତର ସମସ୍ତ କ୍ଷମତା ବ୍ଲକ୍ ପ୍ରଶାସନକୁ ଟେକି ଦେଇଥିବାରୁ ପଞ୍ଚାୟତର କ୍ଷମତା ଧୀରେ ଧୀରେ କ୍ଷୁର୍ଣ୍ଣ ହେଉଥିବା ସମସ୍ତେ ଅଭିଯୋଗ କରିଥିଲେ । ଆଗାମୀ ଦିନରେ ଜିଲ୍ଲା ସରପଞ୍ଚ ସଙ୍ଘ ଦ୍ଵାରା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଟିଟିଲାଗଡ ସରପଞ୍ଚ ସଙ୍ଘ ସମ୍ପୂର୍ଣ୍ଣ ମାତ୍ରାରେ ସମର୍ଥନ କରିବା ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଟିଟିଲାଗଡ଼ ସରପଞ୍ଚ ସଙ୍ଘର ସମ୍ପାଦକ ନରେଶ ଅଗ୍ରୱାଲ, ସରପଞ୍ଚ ହରିହର କଟା, ଗୋପାଳ ତାଣ୍ଡି, ପୃଥିରାଜ ଚିନାଗୁନ, ରୂପଧର ଘିବେଲା, ଯୁଗଳ କିଶୋର ସାହୁ, ହୃଷିକେଶ ବାଗଙ୍କ ସହ ସରପଞ୍ଚମାନଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ହାତୀ, ଧୃବ ଚରଣ ସାହୁ, କିଶୋର ସାହୁ, ମୁନିରମ୍ ଖର୍ସେଲ, ବଳରାମ ଘିଭେଲା, ବୈଷ୍ଣବ ମହାନନ୍ଦ, ଭୈରବ ରାଉତ ଓ ପ୍ରିୟବ୍ରତ ବାଗ ପ୍ରମୁଖ ଉପସ୍ଥିତି ଥିଲେ ।

Leave A Reply

Your email address will not be published.