jayashree

ରାଣୀପୁର ଝରିଆଲ ମନ୍ଦିର କମିଟିର ବୈଠକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବହୁ ପୁରାତନ ଐତିହାସିକ ଯୋଗିନୀ ପୀଠ ରାଣିପୁର ଝରିଆଲର ସୋମେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ମନ୍ଦିର ପରିଚାଳନା କମିଟିର ବୈଠକ ସଭାପତି ମାଣିକ ଲାଲ ଜୈନଙ୍କ ସଭାପତିତ୍ୱ ଓ ଆବାହକ ଅନିଲ କୁମାର ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଯୋଗିନୀ ପୀଠରେ ରହିଥିବା ପାନୀୟ ଜଳ ସମସ୍ୟା, ବିଦ୍ୟୁତିକରଣ, ଆଲୋକିକରଣ, ସମିଆ ବନ୍ଧର ପୁନଃଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ, ପାର୍କ ନିର୍ମାଣ, ମୁଣ୍ଡପଦରରୁ ରାଣୀପୁର ଝରିଆଲ ପର୍ଯ୍ୟନ୍ତ ରାସ୍ତାର ଦୋହରିକରଣ ଆଦି ବିଭିନ୍ନ ବିଷୟରେ ଆଲୋଚନା କରାଯିବା ସହିତ ଏହି ପୀଠର ସାମଗ୍ରିକ ଉନ୍ନତି ଏବଂ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରହିଥିବା ଅସୁବିଧା ଗୁଡିକର ସମାଧାନ ପାଇଁ ଆସନ୍ତା ୪/୫ ତାରିଖରେ ବଲାଙ୍ଗିର ଗ୍ରସ୍ତରେ ଆସୁଥିବା ୫ଟି ସଚିବ ଭିକେ ପଣ୍ଡିଆନଙ୍କୁ ଜଣାଇବା ପାଇଁ ଆଲୋଚନା ହୋଇଥିଲା । ଐତିହାସିକ ପୀଠ ରାଣୀପୁର ଝରିଆଲକୁ ୫ଟି ସଚିବଙ୍କ ଗ୍ରସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯିବା ନେଇ ଆଲୋଚନା ହୋଇଥିଲା । ୨୦୧୯ ମସିହାରେ ଜାତୀୟ ଐତିହ୍ୟ ମାନ୍ୟତା ପ୍ରଦାନ କରାଯାଇଥିଲେ ମଧ୍ୟ ଏହାର ଆଶାନୁରୂପ ବିକାଶ ହୋଇ ପାରିନାହିଁ । ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ରାଜ୍ୟ ସଭାରେ ରାଣୀପୁର ଝରିଆଲ ଯୋଗିନୀ ପୀଠକୁ ବିଶ୍ୱ ଐତିହ୍ୟ ମାନ୍ୟତା ଦାବୀ ଉଠାଇଥିବାରୁ କମିଟି ପକ୍ଷରୁ ସାଂସଦଙ୍କୁ ଧନ୍ୟବାଦ ଦିଆଯାଇଥିଲା । ୫ଟି ସଚିବଙ୍କ ଗ୍ରସ୍ତ ପରେ ରାଣୀପୁର ଝରିଆଲର ବିକାଶ ସହିତ ରହିଥିବା ସମସ୍ୟାଗୁଡିକ ଦୂର ହେବ ବୋଲି ଅଞ୍ଚଳବାସୀ ଆଶାବାଦୀ ଅଛନ୍ତି । ଏହି ବୈଠକରେ ମନ୍ଦିର କମିଟି ଆବାହକ ଅନିଲ କୁମାର ତ୍ରିପାଠୀ, ବରିଷ୍ଠ ବିଜେଡି ନେତା ଅଜୟ ଦାସ, କ୍ଷୀରସିନ୍ଧୁ ଭୋଇ, ମଞ୍ଜେସ ମେହେର, କୃଷ୍ଣ ସାହୁ, ଗୋପୀ ସାହୁ, ଝରିଆଲ ସରପଞ୍ଚ ଭରଦ୍ୱାଜ ଗହୀର, ସାମ୍ବାଦିକ ରଶ୍ମିରଞ୍ଜନ ପୁଟେଲ, ଅଲଣ୍ଡା ସରପଞ୍ଚ ପ୍ରତିନିଧି ଯୁବରାଜ ବାଗ, ପରମାନନ୍ଦ ଭୋଇ, ଧନୀରାମ ଭୋଇ, ଇନ୍ଦ୍ର ଭୋଇ, ପ୍ରହଲ୍ଲାଦ ସାହୁ, ଲଲିତ ସାହୁ, ନିତ୍ୟାନନ୍ଦ ପୃଷେଠ, ପୂଜକ ଜଗମୋହନ ତ୍ରିପାଠୀ, ପହଲେଶ୍ୱର ପୁଟେଲ, ଗୌରାଙ୍ଗ ମହାନନ୍ଦ, ନବକିଶୋର ଭରାସଗ୍ରିଆ ପ୍ରମୁଖଙ୍କ ସହ କମିଟି ସଦସ୍ୟ ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.