ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବଙ୍ଗୋମୁଣ୍ଡା କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ନେଇ କ୍ଲଷ୍ଟରସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପର୍ଯ୍ୟବେକ୍ଷକ ଭାବେ ଡିଆଇଏଫ୍ଟି ସଂଯୋଜକ ନେତ୍ରାମଣୀ ପ୍ରଧାନ ଯୋଗଦାନ କରିଥିଲେ । ବଙ୍ଗୋମୁଣ୍ଡା କ୍ଲଷ୍ଟରର ସିଆର୍ସିସି ଜିତାମିତ୍ର ବିଶି ସର୍ବ ପ୍ରଥମେ ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ବୈଠକର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ଉପରେ କହିଥିଲେ । ପ୍ରତିମାସ ତୃତୀୟ ଶନିବାର ଦିନ ବୈଠକ ଅନୁଷ୍ଠିତ ହେବ ଏବଂ ସେହି ବୈଠକରେ ବିଭିନ୍ନ ପ୍ରକାର ସମସ୍ୟା ଉପରେ ଆଲୋଚନା ହେବ । ଆଜିର ବୈଠକରେ ମୌଲିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ଛାତ୍ରଛାତ୍ରୀଙ୍କ ଗଣପୋଷାକ, ୟୁଡାଇସ, ପିଲାଙ୍କ ଡାଏରୀ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ବିଦ୍ୟାଳୟ ପରିବେଶ ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ବଙ୍ଗୋମୁଣ୍ଡା କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ବିହାରୀ, ଯୁଧିଷ୍ଠିର ନାଗ, ଜିତେନ୍ଦ୍ର ଭତ୍ରା, ତିବ୍ରରାଜ ମେହେର, ମେନକା ପୁଟେଲ, ହରେରାମ ସତନାମୀ, ଭଜମନ ବିଶ୍ୱାଲ, ସୁକାନ୍ତ ମନ୍ତ୍ରୀ, ଶଶିଭୂଷଣ ଖମାରୀ, ଇନ୍ଦ୍ର ଭୋଇ, ରୋହିତ ରଣା, ସଞ୍ଜୟ ପ୍ରଧାନୀ, ବବିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।