ଜିଲ୍ଲା ଶ୍ରମ ବିଭାଗ ସୁବର୍ଣ୍ଣପୁର ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସଚେତନତା ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସ୍ଥାନୀୟ ଡିଆର୍‌ଡିଏ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ସକାଳେ ବିଭାଗ ତରଫରୁ ଅନୁଷ୍ଠିତ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଓ ଶୋଭାଯାତ୍ରାକୁ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟ ସ୍ଥାନୀୟ ଶ୍ରମ କାର୍ଯ୍ୟାଳୟଠାରେ ଉଦ୍‌ଘାଟନ କରିଥିଲେ । ଉକ୍ତ ଶୋଭାଯାତ୍ରା ସହର ପରିକ୍ରମା ପୂର୍ବକ ଜନ ସଚେତନତା କରିଥିଲା । ପରେ ପରେ ସ୍ଥାନୀୟ ଡିଆର୍‌ଡିଏ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ଵର ଖାଖାଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥଲା । ଏହି ସଭାରେ ସିଡବ୍ଲୁସି ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଡିଇଓ ମଞ୍ଜୁଲତା ଭୋଇ, ସିଡବ୍ଲୁସି ସଭ୍ୟ ଲୋକନାଥ ସାହୁ, ହେମନ୍ତ ସାହୁ, ଶାନ୍ତନୁ କର୍ଣ୍ଣ, ଏଡିଏଲ୍‌ଓ ସବିତା କୁମାରୀ ନାଏକ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର କେଶବ ମେହେର, ଜିଲ୍ଲା ଚାଇଡ଼ଲାଇନ ବିଭାଗର ଅନଙ୍ଗ ନେଗୀ ପ୍ରମୁଖ ଯୋଗ ଦେଇ ଜିଲ୍ଲାରେ କିପରି ଶିଶୁ ଶ୍ରମିକ ପ୍ରଥାକୁ ରୋକାଯାଇ ଶିଶୁମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରିବ ସେ ଦିଗରେ ବିଶେଷ ଆଲୋକପାତ କରିଥିଲେ । ଏହି ସଭାରେ ଏସ୍‌ଏଚ୍‌ଜି କର୍ମକର୍ତ୍ତା ଓ ସମସ୍ତ ଟ୍ରେଡ଼ ୟୁନିୟନ କର୍ମଚାରୀ ସଦସ୍ୟ ସଦସ୍ୟାମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଶ୍ରମ ବିଭାଗର ସମସ୍ତ କର୍ମଚାରୀ ବିଶେଷ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.