oom

ମହା ଜନ ସମ୍ପର୍କ ଅଭିଯାନ ପାଇଁ ପଦ୍ମପୁର ବିଜେପିର ପ୍ରସ୍ତୁତି ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ମେ’ ୩୦ ତାରିଖରୁ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ସାରା ଭାରତ ବର୍ଷରେ ମହା ଜନ ସମ୍ପର୍କ ଅଭିଯାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅଭିଯାନକୁ ସଫଳ କରିବା ପାଇଁ ଆଜି ନୃସିଂହନାଥ ସ୍ଥିତ ଆଇଓସିଏଲ ଗେଷ୍ଟ ହାଉସରେ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଜିଲ୍ଲା ଉପସଭାପତି ତଥା କାର୍ଯ୍ୟକ୍ରମର ବିଧାନସଭା ସଂଯୋଜକ ସରୋଜ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ପଦ୍ମପୁର ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ଆଦିବାସୀ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ଭୁଏ, ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ପ୍ରୀତେଶ ବହିଦାର, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରି ଅଭିଯାନରେ ସମସ୍ତ କାର୍ଯ୍ୟକର୍ତ୍ତା ସାମିଲ ହୋଇ ଏହାକୁ ସଫଳ କରିବା ପାଇଁ ମାର୍ଗଦର୍ଶନ କରିଥିଲେ । ଅଭିଯାନରେ ମାସବ୍ୟାପୀ ହେବାକୁଥିବା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଗୋବର୍ଦ୍ଧନ ଅଗ୍ରୱାଲ, ଲମ୍ବୋଦର ପଣ୍ଡା, ମୁକ୍ତା ସାହୁ, ଚିନ୍ମୟ ପଣ୍ଡା, ଶ୍ରୀକାନ୍ତ ପାଣିଗ୍ରାହୀ, ସରୋଜ ପାଣିଗ୍ରାହୀ, ପ୍ରୀତେଶ ବହିଦାର ପ୍ରମୁଖଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ବଳରାମ ସାହୁ, ମଦନମୋହନ ପଟେଲ, ମଣ୍ଡଳ ସଭାପତି ହରେକୃଷ୍ଣ ପଟେଲ, ଭୀଷ୍ମଦେବ ସାହୁ, ନିରାକାର ବରିହା, ସଂଜୟ ପଟେଲ, କେତନ ମେହେର, ଦିବ୍ୟ କିଶୋର ପ୍ରଧାନଙ୍କ ସମେତ ମଣ୍ଡଳର ସାଧାରଣ ସମ୍ପାଦକ, ମଣ୍ଡଳ ପ୍ରଭାରୀ, ନିର୍ବାଚିତ ଜିଲ୍ଲା ପରିଷଦ ମେମ୍ବର, କାଉନସିଲର, ସରପଞ୍ଚ, ସମିତି ମେମ୍ବର ଉପସ୍ଥିତ ଥିଲେ । ପାଇକମାଲ ମଣ୍ଡଳ ସଭାପତି କୈଳାସ ଦିଶ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.