oom

ରଘୁନାଥପାଲି ବିଜେପି ପଶ୍ଚିମ ମଣ୍ଡଳର ବୈଠକ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲି ପଶ୍ଚିମ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ବସନ୍ତ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ସେକ୍ଟର-୧୬ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା, ଜିଲ୍ଲା ଉପସଭାପତି ସୁବ୍ରତ କୁମାର ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଅଜୟ କୁମାର କଂସାରି ଏବଂ ମଣ୍ଡଳର ସମସ୍ତ ନେତୃବୃନ୍ଦ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ମଣ୍ଡଳର ସାଧାରଣ ସମ୍ପାଦକ ଭାସ୍କର ନନ୍ଦ ମଞ୍ଚ ପରିଚାଳନା କରିଥିଲେ । ଉପସ୍ଥିତ କାର୍ଯ୍ୟକର୍ତ୍ତା ସୋନୁ ନାୟକ, ମନୋଜ ପଟ୍ଟନାୟକ, ଭଗବାନ ପାତ୍ର, ଅରୁଣ ମହାନ୍ତି, ସୂର୍ଯ୍ୟା ନାୟକ, ପ୍ରତିମା ରାଉତ, ନମ୍ରତା ବାଗ, ଶ୍ରୀକାନ୍ତ ପାଢ଼ୀ, ସଦାଶିବ ପାତ୍ର, ପ୍ରମୋଦ ଆଚାର୍ଯ୍ୟ, ପ୍ରସାଦ ଲେଙ୍କା, ଜୀବନ ସେଠୀ, ପୁଷ୍ପା ବନିସାଲ, ଲୋକେଶ ରାଉତ, ସଞ୍ଜୟ ସାହୁ, ବିଶ୍ଵନାଥ ପ୍ରତାପ ରାୟ, ରୁପାଧାର ତାଣ୍ଡି, ଅଭିଷେକ ଶ୍ରୀବାସ୍ତବ, ଅଭିଷେକ ବାରିକ, ରାଜକୁମାର ହିର ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ପ୍ରତିମା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.