ଆଗଲପୁର ବ୍ଲକ ଗାଁସାଥୀ ବୈଠକ ଅନୁଷ୍ଠିତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ଗାଁସାଥୀ (ମେଟ) ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଉପସଭାପତି ପ୍ରକାଶ ଦୀପଙ୍କ ଅଧ୍ୟକ୍ଷତାରେ ବୁଦୁଲାଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗାଁସାଥୀ (ମେଟ)ମାନଙ୍କ ବିଭିନ୍ନ ସମସ୍ୟା ତଥା ସଂଘ କାର୍ଯ୍ୟକ୍ରମ ଉପରେ ଉକ୍ତ ବୈଠକରେ ଆଲୋଚନା କରାଯାଇ ବିଭିନ୍ନ ପ୍ରସ୍ତାବମାନ ଗୃହିତ ହୋଇଥିଲା । ଗାଁସାଥୀମାନଙ୍କ ପ୍ରତି ପ୍ରଶାସନିକ ଅବହେଳାର ନିନ୍ଦା କରଯୋଇଥିଲା । ସେମାନଙ୍କୁ ଠିକ୍‌ ସମୟରେ ପାଉଣା ପ୍ରଦାନ କରା ନଗଲେ ବାଧ୍ୟ ହୋଇ ସଂଘ ଆନ୍ଦୋଳନ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦିଆଯାଇଛି । ସଂଘର ଏକ ବ୍ୟାଙ୍କ ଜମାଖାତା ଖୋଲିବା ପାଇଁ ଜ୍ଞାନ ପଧାନ ଓ ପ୍ରକାଶ ଦୀପଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏଥିରେ ନୂତନ କୋଷାଧ୍ୟକ୍ଷ ଭାବରେ ଚୟନ ହୋଇଥିବା ପବିତ୍ର ସାହୁଙ୍କୁ ସ୍ୱାଗତ କରାଯିବା ସହ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଏଥିରେ ସଂଘର ସଂପାଦକ ଜ୍ଞାନଦେବ ପଧାନ ସମେତ ସତ୍ୟଦେବ ନାଗ, ପଦ୍ମିନୀ ଭୋଇ, ବେଲାରସେନ ପୋଢ଼, ରମେଶ ବରିହା, ତରଣୀ ସେନ ବାଗ, କେତକୀ ବାଗ, ସଂଯୁକ୍ତା ବିଶ୍ୱାଲ ସହ ଅନ୍ୟ ଗାଁସାଥୀ (ମେଟ)ମାନେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.