oom

ଓଡିଶା ମିଶନ ଶକ୍ତି କର୍ମଚାରୀ ସଂଘର ଜରୁରୀକାଳୀନ କାର୍ଯ୍ୟକାରୀ କମିଟି ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ମିଶନ ଶକ୍ତି ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ବିପିଏମ୍‌, ବିଏଲ୍‌ସି, ଏସ୍‌ଡିସି, ଏକାଉଣ୍ଟଟେଣ୍ଡମାନଙ୍କୁ ନେଇ ଗଠନ କରାଯାଇଥିବା ଓଡିଶା ମିଶନ ଶକ୍ତି କର୍ମଚାରୀ ସଂଘର ଏକ ଜରୁରୀକାଳୀନ କାର୍ଯ୍ୟକାରୀ କମିଟି ବୈଠକ ସ୍ଥାୟୀ ସଭାପତି ପ୍ରଭାତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ମୁଖ୍ୟ ଉପଦେଷ୍ଟା ସୁରେନ୍ଦ୍ର କୁମାର ସ୍ୱାଇଁ ଉପସ୍ଥିତ ଥିଲେ । ରାଜ୍ୟର ସମସ୍ତ ଜିଲ୍ଲାରୁ କର୍ମକର୍ତ୍ତା ଓ କାର୍ଯ୍ୟକାରୀ କମିଟି ସଦସ୍ୟ ଓ ସଦସ୍ୟାମାନେ ଯୋଗ ଦେଇଥିଲେ । ସଭା ଆରମ୍ଭରୁ ସମସ୍ତଙ୍କୁ ଅବଗତ କରାଇବାକୁ ଯାଇ ସଭାପତି କହିଥିଲେ ଯେ, ସରକାରଙ୍କ ସମସ୍ତ ଯୋଜନାମାନଙ୍କରେ ମିଶନ ଶକ୍ତିର କର୍ମଚାରୀମାନଙ୍କ ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ । ଆଲୋଚନାରେ ଅଂଶଗ୍ରହଣ କରି ସର୍ବଶ୍ରୀ ପ୍ରିୟଦର୍ଶୀ ଦାଶ କାର୍ଯ୍ୟକାରୀ ସଭାପତି, ଧନଞ୍ଜୟ ପାଣିଗ୍ରାହୀ ସାଧାରଣ ସଂପାଦକ, ମାନସ ଦାସ ଉପସଭାପତି, ଦିନେଶ ମହାରଣା, ଚାମେଲି ସାଠୁଆ, ମୋନାଲିସା ନାୟକ, ରତ୍ନାକାନ୍ତି ପ୍ରଧାନ, ପଙ୍କଜ କୁମାର ବେହେରା, ଅକ୍ଷୟ ଭଟ୍ଟ, ପ୍ରଭାତ କୁମାର ମଲ୍ଲିକ, ପ୍ରସନ୍ନକାନ୍ତି ପରିଡା, ରୋଜାଲିନ ନାୟକ, ଜୋନାସ ମିଞ୍ଜ, କମଳାକାନ୍ତ ଘଡେଇ, ଗୋପାଳ ବେହେରା, ରୋଜାଲିନ ଦଲେଇ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସର୍ବସମ୍ମତି ଅନୁସାରେ ୧୧ ଦଫା ଦାବୀ ପ୍ରସ୍ତୁତ କରାଯାଇ ମିଶନ ଶକ୍ତି ବିଭାଗ ପଦାଧିକାରୀମାନଙ୍କ ସହିତ ଆଲୋଚନା କରିବା ପାଇଁ ସଭାପତିଙ୍କ ଜରିଆରେ ଏକ ଅନୁରୋଧ ପତ୍ର ପଠାଇ ଆଲୋଚନା କରିବା ପାଇଁ ସର୍ବସମ୍ମତି ଅନୁସାରେ ନିଷ୍ପତ୍ତି ଗ୍ରହଣ କରାଗଲା ।

jittmm
Leave A Reply

Your email address will not be published.