ଜଗୁଆ ଗ୍ରାମ ପଞ୍ଚାୟତ ଗିରିଗୋବର୍ଦ୍ଧନ ପୀଠ ଆମ୍ବତୋଟାରେ ଟିଟିଲାଗଡ ଓବିସି ମଞ୍ଚର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ଓବିସି ମଞ୍ଚର ସଂଯୋଜକ ମନୋଜ କୁମାର ହାତୀଙ୍କ ସଂଯୋଜନାରେ ଟିଟିଲାଗଡ ଓବିସି ମଞ୍ଚର ସାଙ୍ଗଠନିକ ବୈଠକ ଜଗୁଆ ଗ୍ରାମ ପଞ୍ଚାୟତ ଗିରିଗୋବର୍ଦ୍ଧନ ପୀଠ ନିକଟ ଆମ୍ବତୋଟାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସରକାରଙ୍କ ଦ୍ଵାରା ଚାଲିଥିବା ଓବିସି ଜନଗଣନା ସର୍ଭେ କେବଳ କାର୍ଯ୍ୟାଳୟରେ ବସି ସର୍ଭେ ନ କରି ଓବିସି ଲୋକଙ୍କ ଘରକୁ ଘର ବୁଲି ସର୍ଭେ କରାଯାଉ, ଯଦ୍ୱାରା ପ୍ରକୃତ ତଥ୍ୟ ମିଳିପାରିବ ଏବଂ ସରକାରୀ ସୁବିଧାରୁ ବଂଚିତ ରହୁଥିବା ଲୋକେ ତାଙ୍କର ହକ୍‌ ପାଇ ପାରିବେ ବୋଲି ମତ ପ୍ରକାଶ ପାଇଥିଲା । ଦ୍ଵିତୀୟରେ ଚାକିରି କ୍ଷେତ୍ରରେ କେନ୍ଦ୍ର ସରକାର ୨୭ ପ୍ରତିଶତ ସଂରକ୍ଷଣ ରଖିଥିବା ବେଳେ ଓଡ଼ିଶାରେ ମାତ୍ର ୧୧ ପ୍ରତିଶତରେ କାହିଁକି ସୀମିତ ରହିଛି ବୋଲି ସଦସ୍ୟମାନେ କ୍ଷୋଭ ପ୍ରକାଶ କରିବା ସହ ଆଗାମୀ ଦିନରେ ରାଜ୍ୟ ସରକାର ଏହାକୁ କେନ୍ଦ୍ର ସରକାର ଭଳି ୨୭ ପ୍ରତିଶତ ସଂରକ୍ଷଣ କରନ୍ତୁ ବୋଲି ଦାବୀ କରିଥିଲେ । ସେହିପରି ବିଗତ ଦିନରେ ଓଡ଼ିଶା ସରକାର ପଞ୍ଚାୟତ ନିର୍ବାଚନ, କନେଷ୍ଟବଳ ଚାକିରି, ପଞ୍ଚାୟତ ସଂପାଦକ ନିଯୁକ୍ତିରେ ତଥା ଅନ୍ୟାନ୍ୟ କ୍ଷେତ୍ରରେ ଓବିସିଙ୍କ ସଂରକ୍ଷଣ ଶୂନ୍ୟ ପ୍ରତିଶତ କରିଥିବା ପ୍ରତିବାଦରେ ଆଗାମୀ କାର୍ଯ୍ୟପନ୍ଥା କ’ଣ ଗ୍ରହଣ କରାଯିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଆଗାମୀ ଦିନରେ ସଂଗଠନକୁ ମଜଭୁତ କରିବା ପାଇଁ ପ୍ରତି ପଞ୍ଚାୟତରେ କମିଟି ଗଠନ କରିବା ନିଷ୍ପତ୍ତି ନିଆଯିବା ସହ କିଛି ଦିନ ଭିତରେ ଏ ସମ୍ବନ୍ଧୀୟ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯିବ ବୋଲି ସାଙ୍ଗଠନିକ ସଂଯୋଜକ ଶ୍ରୀ ହାତୀ ସୂଚନା ଦେଇଛନ୍ତି ।

ଏହି ବୈଠକରେ ମଞ୍ଚର ସର୍ବୋଚ୍ଚ କମିଟିର ସଦସ୍ୟ ତୁଳସୀ ରାମ ସାହୁ, ଦେବା ନନ୍ଦ ସାହୁ, ବାଳକୃଷ୍ଣ ଷାଣ୍ଢ, ତ୍ରିନାଥ ସରାଫ, ଘିନୁ ଆଡ ଯୁଆଡ, ଦିଲୀପ ବିଶି, ବୀରବର ସାହୁ, କାର୍ତ୍ତିକ ଛତର, ଅଭୟ ସାହୁ, ସୁଧିର ଘଡେଇ, ଲଳିତ ସାହୁ, ସଞ୍ଜୀବ ସାହୁ, ଜଗତ ରାମ ରଣା, ଜଗନ୍ନାଥ ସାହୁ ନିଜ ନିଜର ମତାମତ ଦେଇଥିବା ବେଳେ ମଞ୍ଚର ସଦସ୍ୟ ସୁମନ୍ତ ସାହୁ, ପ୍ରଫୁଲ୍ଲ ବିଶି, ସୁରେନ୍ଦ୍ର ନାଥ ପୋଡ଼, ବେଦ ବେହେରା, ଆଶିଷ ସାହୁ, ପ୍ରଦୀପ ଖର୍ସେଲ, ନିରାକାର ସୁନାନି, ଜୟନ୍ତ ବଗର୍ତ୍ତୀ, ଅଲେଖ ବେହେରା, କ୍ଷମା ହାତୀ, ଶିବରାମ ତାଣ୍ଡି, ଅସିନ ହେର୍ଣ୍ଣ।, ମୀନକେତନ ବଗର୍ତ୍ତୀ, ଗୋଲକ ସାହୁ, ପୁରୁଷୋତ୍ତମ ଆଡଜୁଆଡ, ବୃହସ୍ପତି ନାଗ, ଗତିକୃଷ୍ଣ ନାଗ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.