ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଡାଙ୍ଗବାହାଲ ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଗଣ୍ଡାମେଲଛକସ୍ଥିତ ହନୁମାନ ମନ୍ଦିର ପରିସରରେ ଡାଙ୍ଗବାହାଲ ମଣ୍ଡଳ ସଭାପତି ବଲ୍ଲଭ ଧରୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଜେପି ଜିଲ୍ଲା ସଭାପତି ତଥା ବ୍ଳକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଞ୍ଚାୟତ ସ୍ତରରେ କିଭଳି ଭାବରେ ଦଳୀୟ ସଂଗଠନକୁ ମଜବୁତ କରିବା ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ସମସ୍ତ ବୁଥ ସ୍ତରୀୟ କର୍ମୀ ଅଧିକ ସଂଖ୍ୟାରେ ସକ୍ରିୟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ । ବୈଠକରେ ଏକ ରାଜନୈତିକ ଚିଠା ପ୍ରସ୍ତାବ ନେଇ ରାଜ୍ୟ ସରକାରଙ୍କ ବିରୋଧ ଆଗତ କରାଯାଇଥିଲା । ବର୍ତ୍ତମାନ ୟୁରିଆ ସାରର କଲାବଜାରୀ ଓ ଚଢା ଦରରେ କିଣିଥିବା ଯୋଗୁ ଚାଷୀମାନେ ଶୋଷଣ ଶିକାର ହେଉଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟପକ୍ଷରେ ବୀମା ରାଶିର ହେଉଥିବା ଦୁର୍ନୀତିକୁ ବକ୍ତାମାନେ ରାଜ୍ୟ ସରକାରଙ୍କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ଦାବୀ କରିବା ସହ ମତ ପୋଷଣ କରିଥିଲେ । ବିଶିଷ୍ଟ ବିଜେପି ନେତା ତଥା ଜିଲ୍ଲା ପରିଷଦଙ୍କ ପ୍ରତିନିଧି କରମ ସିଂ ସରାଫ, ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୁଶାନ୍ତ ଦାସ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମାଧବ ସାଏ, ଅବଦୁଲ ସିରାଜ୍, ସଜିନ ସାହୁ, ଜୟନ୍ତ କୁମ୍ଭାର, ନାରୀ ନେତ୍ରୀ ସାବିତ୍ରୀ ନାଗ, ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଜୟ ଲକ୍ଷ୍ମୀ ମିଶ୍ର, ମିଲାପ ବିଶ୍ଵାଳ, ଡାଙ୍ଗବାହାଲ ମଣ୍ଡଳ ସ୍ତରୀୟ ସାଧାରଣ ସଂପାଦକ ମାଧବ ବାଗ ପ୍ରମୁଖଙ୍କ ସମେତ ବହୁ ଦଳୀୟ ସକ୍ରିୟ କର୍ମୀ ଅନ୍ୟ କର୍ମକର୍ତ୍ତା ଓ ସମସ୍ତ ମୋର୍ଚ୍ଚାର ସଦସ୍ୟମାନେ ଯୋଗଦାନ କରିଥିବା ବେଳେ ମିଳାପ ବିଶ୍ଵାଲ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post