ରାଜ୍ୟ ୱେବ ମିଡିଆ ସଂଘର ଡେଲାଙ୍ଗରେ କାର୍ଯ୍ୟକାରିଣୀ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଗଡମୋଟରୀ ପଂଚାୟତର କଲ୍ୟାଣ ମଣ୍ଡପଠାରେ ରାଜ୍ୟ ୱେବ ମିଡିଆ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ପ୍ରମୁଖ ସଂଯୋଜକ ପ୍ରଦୀପ କୁମାର ନାୟକଙ୍କ ଆବାହକରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତି ସାହୁ, ସମ୍ମାନିତ ଅତିଥି ଭାବେ ଗଡମୋଟରୀ ପଂଚାୟତ ସରପଂଚଙ୍କ ପ୍ରତିନିଧି ରମଣୀ ରଞ୍ଜନ ଚମ୍ପତିରାୟ ଓ ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ, ରାଜ୍ୟ ୱେବ ମିଡିଆ ସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ଦାସ, ଉପସଭାପତି ସୁରେଷ କୁମାର ଭଞ୍ଜ, ସମ୍ପାଦିକା ବିଦ୍ୟୁଲତା ମହାନ୍ତି, ସହସମ୍ପାଦକ ବିନାୟକ ବେହେରା, କୋଷାଧ୍ୟକ୍ଷ ସତ୍ୟଜିତ ମହାପାତ୍ର, ପୁରୀ ଜିଲ୍ଲା ୱେବ ମିଡିଆ ସଂଘ ସଭାପତି ପ୍ରଦୀପ କୁମାର ଗନ୍ଦ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ବୈଠକକୁ ଉଦଘାଟନ କରିଥିଲେ । ବିଭୁତୀ ଭୁଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମିଶନ ଶକ୍ତି ମହିଳା ମହାସଂଘର ସଦସ୍ୟା ଭାରତୀ ଚମ୍ପତି, ବନିତା ଦାଶ, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପଟ୍ଟନାୟକ, ସାମ୍ବାଦିକ ଦିଲିପ ଧାଉଡିଆ, ହିମାଂଶୁ ମହାପାତ୍ର, ଶୁଭଲକ୍ଷ୍ମୀ ସେନାପତିଙ୍କ ସମେତ ଡେଲାଙ୍ଗ, କଣାସ, ପିପିଲି ଓ ସତ୍ୟବାଦୀ ବ୍ଲକର ୩୦ରୁ ଅଧିକ ୱେବ ମିଡିଆ ପ୍ରତିନିଧି ଯୋଗ ଦେଇଥିଲେ । ଆଜିର ବୈଠକରେ ସାମ୍ବାଦିକଙ୍କ ଉପରେ ହେଉଥିବା ବାରମ୍ବାର ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କରିଥିଲେ । ସାମ୍ବାଦିକ ମାନଙ୍କ ଏକତା ରକ୍ଷା କରିବା ପାଇଁ ଅତିଥିମାନେ ଯୋଗଦେଇ କହିଥିଲେ । ଏହି ଅବସରରେ ଗଣମାଧ୍ୟମର ପ୍ରତିନିଧି ଓ ୱେବ ମିଡିଆ ପ୍ରତିନିଧି ମାନଙ୍କୁ ସଂଘ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.