oom

ଆଇଆଇଟି ଭୁବନେଶ୍ୱରରେ ୫୫ତମ ପରିଷଦ ବୈଠକ ଅନୁଷ୍ଠିତ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶିକ୍ଷାମନ୍ତ୍ରୀ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଭାରତୀୟ ବୈଷୟିକ ପ୍ରତିଷ୍ଠାନ ପରିଷଦର ୫୫ତମ ବୈଠକ (ଆଇଆଇଟିଏସ) ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ବୈଷୟିକ ପ୍ରତିଷ୍ଠାନ ପରିଷଦର ସମସ୍ତ ୨୩ ଆଇଆଇଟିରୁ ବୋର୍ଡ ଅଫ୍‌ ଗଭର୍ଣ୍ଣର (ବିଓଜି), ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷ ସାମିଲ ହୋଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଚିବ, ଅତିରିକ୍ତ ସଚିବ, ଯୁଗ୍ମସଚିବ, ଉଚ୍ଚଶିକ୍ଷା, ଅଧ୍ୟକ୍ଷ, ଇୟୁଜିସି ଅଧ୍ୟକ୍ଷ, ଏଆଇସିଟିଇ ସାଂସଦ ଏବଂ ସାଂସଦ ମାନେ ବିପ୍ଲବ କୁମାର ଦେବ ଏବଂ କୁନାର ହେମ୍ବ୍ରମ, ନିର୍ଦ୍ଦେଶକ ଆଇଆଇଏସସି ଏବଂ ଶିକ୍ଷା ମନ୍ତ୍ରଣାଳୟ ଏବଂ ଆଇଆଇଟି ପରିଷଦର ସଦସ୍ୟ ଉପସ୍ଥିତ ଥିଲେ । ଏନ୍‌ଇପିର ପ୍ରଭାବୀ କାର୍ଯ୍ୟାନ୍ୱୟନ ଏବଂ ସମାଜ ଉପରେ ପ୍ରଭାବ ପକାଉଥିବା ଗବେଷଣା ଓ ନବ ସୃଜନରେ ଉନ୍ନତି ଆଣିବା ସମେତ ବିଭିନ୍ନ ଏଜେଣ୍ଡା ଉପରେ ପରିଷଦ ଆଲୋଚନା କରିଥିଲେ ।ଷ୍ଟାର୍ଟ-ଅପର ବିକାଶ ପାଇଁ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ଗଣମାଧ୍ୟମକୁ ସମ୍ବୋଧିତ କରି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଆଇଆଇଟିଗୁଡିକ ନିୟୁକ୍ତି ଆଶାୟୀ ନୁହେଁ ବରଂ ନିୟୁକ୍ତି ସୃଷ୍ଟିକାରୀ ଅଟନ୍ତି ।

jittmm
Leave A Reply

Your email address will not be published.