ଜାତୀୟ ତମାଖୁ ନିୟନ୍ତ୍ରଣ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ସୁବର୍ଣ୍ଣପୁର ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୨୦୨୩-୨୪ ବର୍ଷ ମଧ୍ୟରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକୁ ଟବାକୋ ଫ୍ରି’ କରିବାକୁ କମିଟିରେ ଆଲୋଚନା କରାଯାଇଛି । ବୈଠକରେ ସମସ୍ତ ସଦସ୍ୟଙ୍କୁ ସେମାନଙ୍କ କାର୍ଯ୍ୟାଳୟକୁ ଟାବାକୋ ଫ୍ରି’ କରିବାକୁ ପରାମର୍ଶ ଦିଆଯାଇ ସଚେତନତା ପ୍ରଚାର ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ଗୁଡିକରେ ମଧ୍ୟ ଅନୁପାଳନ କରିବାକୁ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି ଅଧ୍ୟକ୍ଷ ଶ୍ରୀ ଦାଶ । ବୈଠକରେ ଏମ୍ – ଏନସିଡି ଗୀତାଞ୍ଜଳି ମେହେର ଟବାକୋ ନିୟନ୍ତ୍ରଣରେ ବିଭିନ୍ନ ବିଭାଗର ଭୂମିକା ଏବଂ ୨୦୨୨-୨୩ ମଧ୍ୟରେ କରାଯାଇଥିବା କାର୍ଯ୍ୟକଳାପର ଉପସ୍ଥାପନ କରିଥିଲେ । ସୁବର୍ଣ୍ଣପୁର ସିଡିଏମ ଏଣ୍ଡ ପିଏଚଓ ଡ. ବିଶ୍ୱରଜନ ପତି, ଏଡିପିଏଚଓ (ଏଫ ଡବ୍ଲୁ) ଡକ୍ଟର ଦୈତ୍ୟ ନାରାୟଣ ପାଢ଼ୀ, ଏଡିପିଏଚଓ (ଡିସି) ଡ଼. ରମେଶ ସ୍ୱାଇଁ, ଏଡିପିଏଚଓ (ଲେପ୍ରା) ଡ. ପଦ୍ମହଂସା ଡୋରା, ଡିପିଏମ ଏନଏଚଏମ ବିଶ୍ୱମ୍ବର ବେହେରା, ଅଧୀକ୍ଷକ ଏକ୍ସାଇଜ୍ ସୁମତି ତ୍ରିପାଠୀ, ଆରଟିଓ ଅକ୍ଷୟ କୁମାର ଜେନା, ଏଡିଇଓ, ରେଆର ପ୍ରତିନିଧି ଗୌରୀ ଶ୍ୟାମ ପଣ୍ଡା, ଏପିଡେମୋଲୋଜିଷ୍ଟ୍ ଡକ୍ଟର ବିଷ୍ଣୁ ଚରଣ ମାଝୀ ଏବଂ ସମସ୍ତ କମିଟି ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.