ଶିଶୁ ପାଇଁ ଦିନଟିଏ, ଜିଲ୍ଲା ସ୍ତରୀୟ ମିଶନ ବାତ୍ସଲ୍ୟ ଓ ବାଲ୍ୟବିବାହ ପ୍ରତିରୋଧ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ମିଶନ ବାତ୍ସଲ୍ୟ ସଚେତନତା ସଭା ତଥା ଜିଲ୍ଲା ବାଲ୍ୟ ବିବାହ ନିଷେଧ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ସ୍ୱାଗତ ଭାଷଣ ଦେବା ସହିତ ମିଶନ ବାତ୍ସଲ୍ୟ ଯୋଜନା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ବୈଠକରେ ବାଲ୍ୟ ବିବାହ ପରାମର୍ଶଦାତା ରାକେଶ ପ୍ରଧାନ ପିପିଟି ମାଧ୍ୟମରେ ବାଲ୍ୟ ବିବାହ ନିଷେଧ କାର୍ଯ୍ୟକ୍ରମର ବିବରଣୀ ଦେବା ସହିତ ପରବର୍ତ୍ତୀ କାର୍ଯ୍ୟପନ୍ଥା ବିଷୟରେ ବୁଝାଇଥିଲେ । ଏକ୍ସନଏଡ଼ର ପ୍ରୋଗ୍ରାମ ମ୍ୟାନେଜର ଘାସିରାମ ପଣ୍ଡା ଯୋଗଦେଇ ଚାଇଲଡ ଫ୍ରେଣ୍ଡଳୀ ପଞ୍ଚାୟତର ରୂପରେଖ ଓ ବିଭିନ୍ନ ବିଭାଗର ପରସ୍ପର ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାପାଳ ଶ୍ରୀମତୀ ନରୱଣେ ବାଳିକା ଶିକ୍ଷା, କୈଶୋର ମାତୃତ୍ୱ, ବାଳିକା ଭୃଣ ହତ୍ୟା ଆଦି ସମ୍ବେଦନଶୀଳ ବିଷୟ ଗୁଡିକରେ ଆଲୋଚନା ପୂର୍ବକ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ପରସ୍ପର ସହଯୋଗରେ କାମ କରିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ପୋଲିସ ଅଧିକ୍ଷକ, ସିଡିଏମଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରେଣୁବାଳା ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ଵର ଖାଖା, ଜିଲ୍ଲା ମଙ୍ଗଳ ଅଧିକାରୀ ଏ. ଶ୍ରୀନିବାସ ଆଚାର୍ଯ୍ୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ, ଚାଇଲଡ ଲାଇନ ନିର୍ଦେଶକ ଅନଙ୍ଗ ନେଗୀ, ସମସ୍ତ ସିଡିପିଓ ଆଦି ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱାନ ଷ୍ଟପ ସେଣ୍ଟରର କର୍ମକର୍ତ୍ତା, ଚାଇଲଡ ଲାଇନ କର୍ମକର୍ତ୍ତା, ସ୍ଵଧାର ଗୃହର କର୍ମକର୍ତ୍ତା, ନିଜ ନିଜର ତଥ୍ୟ ଉପସ୍ଥାପନ କରିଥିଲେ । ବିଶ୍ୱେଶ୍ୱର ହୋତା, ସ୍ୱାଗତରାଜ ମିଶ୍ର, ସରିତା ସୁନା, ବିଜୟ ବିଶ୍ୱାଳ, ପ୍ରଶାନ୍ତ ମହାକୁଡ଼ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.