jayashree

ଓଡିଶା ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ଓ ସାଧାରଣ ପରିଷଦ ବୈଠକ

  • ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ତୀର୍ଥଙ୍କର ପଟେଲ, ସଭାପତି ଭାବେ ପ୍ରମୋଦ ସେଲମା, ସମ୍ପାଦକ ଭାବେ ସୁଧୀର ଦାସ ମନୋନୀତ

ଟିଟିଲାଗଡ଼, (ପ୍ରମୋଦ ସେଲମା) : ସ୍ଥାନୀୟ ଡ଼ିଏନ୍‌.ରିସର୍ଟ ପରିସରରେ ଓଡିଶା ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ଓ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଂଗଠନର ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଟିଟିଲାଗଡ଼ ଏସ୍‌ଡିପିଓ ଅଙ୍କିତା କୁମ୍ଭାର ମୁଖ୍ୟଅତିଥି ଭାବରେ ଯୋଗଦେଇ ଆପଣ ସାମ୍ବାଦିକମାନେ ଏକ ବିରାଟ ସୁଯୋଗ ପାଇଛନ୍ତି । ନିଜ କଲମରେ ଅସାଧ୍ୟ ସାଧନ କରିବାରେ ସାମ୍ବାଦିକଙ୍କ କ୍ଷମତା ଅଛି । ତେଣୁ ପ୍ରତ୍ୟେକ ବିଷୟରେ ଉପଯୁକ୍ତ ଜ୍ଞାନ ଆହରଣ ସହ ସାମ୍ବାଦିକ ସମାଜ ପାଇଁ ନିଜ ଉତ୍ତରଦାୟିତ୍ୱ ସିଦ୍ଧ କରନ୍ତୁ ବୋଲି କହିଥିଲେ । ଏହି ଅବସରରେ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଶରତ ମିଶ୍ର, ଦିଲୀପ ପୁରୋହିତ, ଜଗଦିଶ ଜୈନ, ବିଶିଷ୍ଟ ନାରୀନେତ୍ରୀ ଅଞ୍ଜଳି ବେହେରା, ସମାଜସେବୀ ମଦନଲାଲ ଅଗ୍ରୱାଲ, ସମାଜସେବୀ ତଥା ଟିଟିଲାଗଡ଼ ବ୍ୟବସାୟୀ ସଂଘ ସଭାପତି ଶମ୍ଭୁପ୍ରସାଦ ଗୋଏଲ, ଲେଖିକା ଶର୍ମିଷ୍ଠା ମିଶ୍ରଙ୍କୁ ମୁଖ୍ୟଅତିଥି ଏସ୍‌ଡିପିଓ ଶ୍ରୀମତୀ କୁମ୍ଭାର ସମ୍ବର୍ଦ୍ଧିତ କରିଥିଲେ । ସଙ୍ଘର କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ଶତପଥୀ, ଲେଖିକା ଶର୍ମିଷ୍ଠା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ସଭାର ଦ୍ଵିତୀୟ ପର୍ଯ୍ୟାୟରେ ବଲାଙ୍ଗିର ଜିଲ୍ଲା ଓଜେୟୁ ସଂଘ ପକ୍ଷରୁ ସାମ୍ବାଦିକ ମାନସ ମହାନ୍ତି, ସଞ୍ଜୟ ବେହେରା, ସନତ ପାଢ଼ୀଙ୍କୁ ଓଜେୟୁ ରାଜ୍ୟ ସଭାପତି ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଓଜେୟୁ ନୂତନ କମିଟି ଚୟନ କରାଯାଇଥିଲା । ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତୀର୍ଥଙ୍କର ପଟେଲ, ଜିଲ୍ଲା ସଭାପତି ଭାବରେ ପ୍ରମୋଦ ସେଲମା, ଉପସଭାପତି ମନୋଜ ମିଶ୍ର, ଶରତ ଚନ୍ଦ୍ର ପୁଟେଲ, ସାଧାରଣ ସମ୍ପାଦକ ସୁଧୀର ଦାଶ, ଯୁଗ୍ମ ସମ୍ପାଦକ ପ୍ରକାଶ ପ୍ରଧାନ ଏବଂ ରଶ୍ମିରଞ୍ଜନ ପୁଟେଲ, କୋଷାଧ୍ୟକ୍ଷ ଭାବେ ପ୍ରଦୀପ ବାଗ, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ସଂଘର ବଲାଙ୍ଗିର ଉପଖଣ୍ଡ ସଂଗଠକ ଦାୟିତ୍ୱରେ ନୀଳମଣି ବିଶ୍ଵାଲ, ସଞ୍ଜୟ ମିଶ୍ର, ପାଟଣାଗଡ଼ ଉପଖଣ୍ଡରେ ଆଲୋକ ପାଣିଗ୍ରାହୀ, ନିର୍ମଲ ପୁଟେଲ, ଟିଟିଲାଗଡ଼ ଉପଖଣ୍ଡରେ ମନୋଜ ଶତପଥୀ, ପ୍ରମୋଦ ବେହେରା, ଜୁଲୁ ମହାପାତ୍ରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏହି ଅବସରରେ ସଂଘର ରାଜ୍ୟ ସଭାପତି ଶଶୀଭୂଷଣ ପ୍ରହରାଜ, ସମ୍ପାଦକ କେ. ଶ୍ରୀନିବାସ ରାଓ, ଉପସଭାପତି ସୁଶାନ୍ତ ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ଦିଲୀପ ପୁରୋହିତ ଉଦ୍‌ବୋଧନ ଦେଇ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକଙ୍କ କଲ୍ୟାଣ ନେଇ ନିରୁତ୍ସାହିତ କରିଥିବା ଅଭିଯୋଗ କରିଥିଲେ । ଓଡିଶା ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ସାମ୍ବାଦିକ ସୁରକ୍ଷା, ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି, ମୃତ୍ୟୁକାଳୀନ ସହାୟତା ୪ରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି, ପେନସନ, କମ୍‌ ସୁଧରେ ସାମ୍ବାଦିକଙ୍କୁ ଗୃହ ଏବଂ ଯାନବାହାନ କ୍ରୟ ଋଣ, ଭୂମିହୀନ ସାମ୍ବାଦିକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଜମି ଏବଂ ଆବାସ ପ୍ରଦାନ, ରାଜ୍ୟସ୍ତରୀୟ ସାମ୍ବାଦିକ କଲ୍ୟାଣ ବୋର୍ଡରେ ରାଜ୍ୟସ୍ତରୀୟ ସାମ୍ବାଦିକଙ୍କୁ ସାମିଲ କରିବାକୁ ସଂଗଠନ ଦାବୀ କରିଛି । ଏହି ଦାବୀ ପ୍ରତି ସରକାର ତୁରନ୍ତ ବିଚାର କରିବାକୁ ରାଜ୍ୟ ସଭାପତି ପ୍ରହରାଜ ଦାବୀ କରିଛନ୍ତି । ବୈଠକରେ ସାମ୍ବାଦିକ ଅଶୋକ ତ୍ରିପାଠୀ, ମୋହନ ସୋନି, ରମାକାନ୍ତ ରାଜପଲିଆ, ବିନୋଦ ସୁନା, ସରସ ପ୍ରଧାନ, ରୁଦ୍ରଧର ଦଣ୍ଡସେନା, ଗୋପାଳ ଅଗ୍ରୱାଲଙ୍କ ସମେତ ସୋନପୁର, କଳାହାଣ୍ଡି, ସମ୍ବଲପୁର କର୍ମକର୍ତ୍ତା ଜିଲ୍ଲାର ସମସ୍ତ ବ୍ଲକର ସାମ୍ବାଦିକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.