oom

ଜଙ୍ଗଲ ସୁରକ୍ଷା ନିମନ୍ତେ ବୈଠକ

jsmm

ତୁରେକେଲା, (କୈଳାଶ ସଗ୍ରିଆ) : ବ୍ଲକ କାର୍ୟ୍ୟାଳୟରେ ଜଙ୍ଗଲରେ ଲାଗୁଥିବା ନିଆଁକୁ ରୋକିବା ପାଇଁ ସଚେତନତା ଓ ଜଙ୍ଗଲ ସୁରକ୍ଷା ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇଥିବା ବେଳେ ଚେୟାରମେନ୍ ଅନ୍ନୁ ଭୋଇ ଓ ତହସିଲଦାର କଣ୍ଟାବାଞ୍ଜି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ, ତୁରେକେଲା ଆଇଆଇସି ପ୍ରଣୟ ମୁର୍ମୁ, ତୁରେକେଲା ବନଖଂଡ଼ ଅଧିକାରୀ ସାରଦ ବଡମାଲି, ବନ ଅଧିକାରୀ ପ୍ରଭାତୀ କୁମାରୀ ସେଠ୍, ବନ ଅଧିକାରୀ ଜନାର୍ଦ୍ଦନ ଠାକୁର, ଅଗ୍ନିସମ ବିଭାଗର ଚୈତନ୍ୟ ମହାରଣା (ଏଲ୍ଏଫ୍ଏମ୍) ଅନ୍ୟତମ ଅତିଥି ଭାବେ ଯୋଗଦାନ କରିଥିଲେ । ବ୍ଲକ କର୍ମଚାରୀ ବୃନ୍ଦ ଏବଂ ବନ କର୍ମଚାରୀ ବୃନ୍ଦ ସମସ୍ତ ଅତିଥିଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ କରିଥିଲେ । ମୁଖ୍ୟ ଅତିଥି ବିଧାୟକ ଶ୍ରୀ ସାଲୁଜା ଜଙ୍ଗଲରେ ଲାଗୁଥିବା ନିଆଁକୁ ରୋକିବା ଦିଗରେ ବିହିତ ପଦକ୍ଷେପ ନିଆଯିବା ସହ ଜଂଗଲ ସୁରକ୍ଷା ପ୍ରତି ସମସ୍ତେ ନିଷ୍ଠାବାନ ହେବାକୁ କହିଥିଲେ । ବିଡ଼ିଓ ଶ୍ରୀ ସାମଲ ଅତିଥିମାନଙ୍କୁ ମନ୍ତବ୍ୟ ପ୍ରଦାନ ପରେ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.