ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସଂହା ବ୍ଲକ ଯୋଗୀସର୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ କ୍ଳଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିଶାଳପାଲିର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କମଳା କାନ୍ତ କୁମ୍ଭାରଙ୍କ ସଭାପତିତ୍ଵରେ ତଥା ସିଆରସିସି ସୁରେଶ ଚନ୍ଦ୍ର ଭୋଇଙ୍କ ତତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ଏଜେଣ୍ଡା ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା । ଶିକ୍ଷଣ ସୋପାନ ରେଜିଷ୍ଟର, ଭାଷା ଓ ସଂଖ୍ୟାଜ୍ଞାନ ଶିକ୍ଷକଙ୍କ ଦ୍ଵାରା ପାଠ ଟୀକା ପ୍ରସ୍ତୁତି, ବିଦ୍ୟାଳୟ ସ୍ତରୀୟ ପଠନ ପ୍ରୋତ୍ସାହନ “ଆସ ପଢିବା ଗଢିବା ଓଡ଼ିଶା”, ବର୍ଣ୍ଣାଳୀ କାର୍ଯ୍ୟକ୍ରମ ତଥା ଜିଲ୍ଲା ଭିତ୍ତିକ ଶୈକ୍ଷିକ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ପରିଶେଷରେ ପ୍ରଧାନ ଶିକ୍ଷକ ବେଲାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post