centurian jitm

ଖଦ୍ୟୋଗ ଅନୁଷ୍ଠାନର ବୈଠକ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ସ୍ଥିତ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ଖଦ୍ୟୋତ ତରଫରୁ କୋଭିଡ୍‌ ୧୯ ନିୟମ ପାଳନ କରି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ଦଶମ ଶ୍ରେଣୀର ଶ୍ରେଷ୍ଠ କୃତିତ୍ୱ ହାସଲ ଥିବା ଛାତ୍ରମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯିବାର ସ୍ଥିରୀକୃତ ହୋଇଛି । ତତ୍‌ ସହିତ ଅସହାୟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ, ମାକ୍ସ, ସେନିଟାଇଜର ଆଦି ବଣ୍ଟନ ପାଇଁ ସଭ୍ୟମାନେ ମତାମତ ଦେଇଥିବା ବେଳେ ଆଗାମୀ ଦିନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବା ପାଇଁ ମଧ୍ୟ ସଭ୍ୟମାନେ ମତାମତ ଦେଇଥିଲେ । ବୈଠକରେ ଉପ-ସଭାପତି ଆକୁଳ ବେହେରା, ସହ-ସଂପାଦକ ରାଜେଶ ପାଣିଗ୍ରାହୀ, ନିଳମଣି ବିଶ୍ୱାଲ, ଉମାକାନ୍ତ ନାଥ, ମନବୋଧ ଦାଶ, ଜୟରାମ ପଣ୍ଡା ପ୍ରମୁଖ ଉପସ୍ଥିତ ରହିିଥିଲେ । ଶେଷରେ ରାଜେଶ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.