jayashree

ବୈଶାଖୀ ଆସର ଅନୁଷ୍ଠିତ : ଚୁଆ-ଚନ୍ଦନର ବାସରେ ମହକିଲା ପଥପ୍ରାନ୍ତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ବ୍ଲକଛକ ନ୍ୟୁ ମାର୍କେଟ ପରିସରରେ ସୃଜନର ଚନ୍ଦନ ଛିଟା ବୈଶାଖୀ ଆସର ଅନୁଷ୍ଠିତ ହୋଇଯାଇଛି । ସଙ୍ଗୀତ, ନୃତ୍ୟ, ଚିତ୍ର ଓ କବିତାର ବର୍ଣ୍ଣିଳ ଆସର “ବୈଶାଖୀ-୨୦୨୩” କାର୍ଯ୍ୟକ୍ରମରେ ବିଭିନ୍ନ ରୂପ ଓ ରଙ୍ଗ ପରଶି ଥିଲେ ଅନେକ ସୃଜକ । ସୁବର୍ଣ୍ଣପୁରର ଅଗ୍ରଣୀ ଅନୁଷ୍ଠାନ ନାଟ ପକ୍ଷରୁ ଆୟୋଜିତ ଏହି ଅଭିନବ କାର୍ଯ୍ୟକ୍ରମକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ବଲପୁର ମଣ୍ଡଳର ସର୍କଲ ମୁଖ୍ୟ ଅଜିତ କୁମାର ମେହେର ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିବା ବେଳେ ବିଶିଷ୍ଠ ସାମାଜିକ କର୍ମୀ ଘାସିରାମ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ଓ ସଂସ୍କୃତି ସଂଗଠକ ବେଣୁଧର ପ୍ରଧାନ ଓଁକାର ପର୍ବରେ ଯୋଗଦେଇ ବୈଶାଖୀର ଏହି ଅଭିନବତାକୁ ପ୍ରଶଂସା କରିଥିଲେ । ଯୁବ ଲେଖକ କ୍ଷୀରୋଦ୍ର ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ସୃଜନର ଚନ୍ଦନ ଛିଟା ବୈଶାଖୀ ଆସରରେ ୩୬ରୁ ଅଧିକ କବି, ସଙ୍ଗୀତ ଶିଳ୍ପୀ, ଶିଶୁ ନୃତ୍ୟ ଶିଳ୍ପୀ ଓ ଚିତ୍ରକର ଦୁର୍ଯ୍ୟୋଧନ ମେହେର ନିଜ ନିଜର ସୃଜନ ପରିବେଷଣ କରିଥିଲେ । କବି ରଂଜିତା ପଣ୍ଡା, ସସ୍ମିତା ମେହେର, ଆଶିଷ ମିଶ୍ର, ସ୍ଵର୍ଣ୍ଣମୟୀ ମହାପାତ୍ର, ଗାଳ୍ପିକ ଆଦିତ୍ୟ ମିଶ୍ର, କବି ପ୍ରଭୁଦତ୍ତ ରଥ, କବି ପୁରୁଷୋତ୍ତମ ମିଶ୍ର, ବିଘ୍ନରାଜ ପଣ୍ଡା, ଚିତ୍ରଶିଳ୍ପୀ ଦର୍ୟୋଧନ ମେହେର, ନୃତ୍ୟଶିଳ୍ପୀ ଆଇନୁର ବଣିଆଁ, ଯୋଗକର୍ମୀ ଶିବଦତ୍ତ ଚାନ୍ଦ, ନାଟର କାର୍ଯ୍ୟକାରୀ ଅଧ୍ୟକ୍ଷ୍ୟ ପ୍ରଦ୍ୟୁମ୍ନ ସାହୁ, ସାଧାରଣ ସଂପାଦକ ବନମାଳୀ ପଣ୍ଡା, ସମାଜସେବା ସଂପାଦକ ସଂଜୟ କୁମାର ପଣ୍ଡା, ସଂସ୍କୃତି ସଂପାଦକ ଅବିନାଶ ହୋତା, ଲକ୍ଷ୍ମୀ ନାରାୟଣ ସାହୁ ପ୍ରମୁଖ ବୈଶାଖୀ ଆସରକୁ ସଫଳ କରିବାରେ ସହାୟତା କରିଥିଲେ । ଗାଳ୍ପିକ କ୍ଷୀରୋଦ ବିହାରୀ ବିଶ୍ଵାଳ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ ।

Leave A Reply

Your email address will not be published.