centurian jitm

ପ୍ରୟାସ ପ୍ରାୟୋଜିତ ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବରେ “ସମ୍ରାଟ ଅଶୋକ” ମଞ୍ଚସ୍ଥ

  • ପ୍ରଫେସର ଡ. ସମର ମୁଦାଲିଙ୍କୁ ଚିନ୍ତା ପ୍ରତିମା ସମ୍ମାନ ୨୦୨୫

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ନାଟ୍ୟାନୁଷ୍ଠାନ ପ୍ରୟାସର ଚିନ୍ତା ପ୍ରତିମା ବହୁଭାଷୀ ନାଟକ ମହୋତ୍ସବରେ ପ୍ରଥମ ଦିବସରେ ନାଟକ ସମ୍ରାଟ ଅଶୋକ ମଞ୍ଚସ୍ଥ ହୋଇଯାଇଛି । ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ରଚିତ ଗଙ୍ଗାଧର ରାଉତ ନିର୍ଦ୍ଦେଶିତ ଏହି ନାଟକରେ ବିଷୟବସ୍ତୁ ହେଲା ମଗଧ ସମ୍ରାଟ ଅଶୋକ, କଳିଙ୍ଗ ଜୟ କରିବାକୁ ଇଚ୍ଛା କରି ଭୟଂକର ଯୁଦ୍ଧ ଆରମ୍ଭ କଲେ । ଯୁଦ୍ଧରେ ଦୟାନଦୀର ଜଳ ହେଲା ରକ୍ତରଞ୍ଜିତ । କଳିଙ୍ଗରାଜ ଶିଳାଦୈତ୍ୟ ଓ ମହାରାଣୀ ଅନଙ୍ଗ ମଞ୍ଜରୀ, ତୋଷାଳୀ ନଗରରେ ଆତ୍ମଗୋପନ କଲେ । ମହାମନ୍ତ୍ରୀ ସୁବଳୟ ବିଦ୍ୟାଧର ମହାପାତ୍ର ହେଲେ ଶହୀଦ ଓ ଯୁବସେନାପତି ଐର ଦେବସିଂହ ମଗଧ ସେନାପତି ଦ୍ଵାରା ବନ୍ଦୀ ହେଲେ । ଏତେ ସବୁ ସତ୍ତ୍ୱେ କେହି ହେଲେ ସମ୍ରାଟ ଅଶୋକଙ୍କର ବଶ୍ୱତା ସ୍ଵୀକାର କଲେ ନାହିଁ । ଅଶୋକଙ୍କର ସମସ୍ତ କଳ-ବଳ-କୌଶଳ ବିଫଳ ହେଲା । କଳିଙ୍ଗର ସାଧାରଣ ଜନତା, ଆବଳବନିତା ମାତୃଭୂମି ନିମନ୍ତେ ଯୁଦ୍ଧ କରିବାକୁ ଆଗେଇ ଆସିଲେ ଓ ମଗଧ ସେନା ହାତରେ ହସିହସି ଜୀବନ ଦେଲେ । ମୃତ୍ୟୁକୁ ଯେଉଁ ଜାତି ଭୟ କରେନା, ସେ ଜାତିକୁ ବଶୀଭୂତ କରିବା ଆଶୋକଙ୍କର ଦିବାସ୍ଵପ୍ନ ସିଦ୍ଧ ହେଲା । ସେ କ୍ରମଶଃ ଭ୍ରମରୁ ସତ୍ୟ ଆଡ଼କୁ ଅଗ୍ରସର ହୋଇ ଅନ୍ଧକାରରୁ ଆଲୋକକୁ, ଚଣ୍ଡାଶୋକରୁ ଧର୍ମାଶୋକକୁ ଯାତ୍ରା ତାଙ୍କର ଥିଲା ଅଭୂତପୂର୍ବ । ଏହି ବିଷୟବସ୍ତୁକୁ ନେଇ ଗତିଶୀଳ ହୋଇଥିଲା ନାଟକ । ଏହି ନାଟକରେ ଅଭିନୟ କରିଥିଲେ ଗଙ୍ଗାଧର, ରାଜେଶ, ପଂଚାନନ, ଲିପୁ, ଅମୃତାଂଶୁ, ମନୋଜ, ପୂଜା, ଅନୀତା ପ୍ରମୁଖ । ଏହି ଅବସରରେ ନାଟ୍ୟ ନିର୍ଦ୍ଦେଶକ ତଥା ନାଟ୍ୟକାର ପ୍ରଫେସର ଡ. ସମର ମୁଦାଲିଙ୍କୁ ଚିନ୍ତା ପ୍ରତିମା ସମ୍ମାନରେ ସମ୍ମାନିତ କରାଯାଇଥିଲା । ନିବେଦିତା ଜେନାଙ୍କ ସଭାପତିତ୍ୱ ଓ ପ୍ରଫୁଲ୍ଲ ଚନ୍ଦ୍ର ସେଠୀଙ୍କ ଆବାହକତ୍ଵରେ ଆୟୋଜିତ ଆଜିର ଏହି ନାଟକରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି, ଭାସ୍କର ଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରୟାସର ଏଭଳି ପ୍ରୟାସକୁ ସାଧୁବାଦ ଦେଇଥିଲେ । ସେହିପରି “ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ନିର୍ବାଚିତ ନାଟକ” ଶୀର୍ଷକ ଗ୍ରନ୍ଥାବଳୀ ଅତିଥିମାନଙ୍କଦ୍ଵାରା ଲୋକାର୍ପିତ ହୋଇଥିଲା । ଏହାର ସଂକଳନ ଓ ସମ୍ପାଦନା ଦାୟିତ୍ଵ ଗ୍ରହଣ କରିଛନ୍ତି ଡକ୍ଟର ନିବେଦିତା ଜେନା ଓ ଡକ୍ଟର ରମେଶଚନ୍ଦ୍ର ମଲ୍ଲିକ ଏବଂ ପ୍ରକାଶନ ଦାୟିତ୍ଵ ନେଇଛନ୍ତି ‘କ୍ରିଏଟିଭ ଇଙ୍କ ଲିଟେରାରି ପ୍ରେସ’, ରାଉରକେଲା । ‘ଶ୍ରୀ ଜଗନ୍ନାଥ ସାଂସ୍କୃତିକ ପରିଷଦ’, ନାଟ୍ୟାଚାର୍ଯ୍ୟଙ୍କ ପ୍ରତି ଗୁରୁଦକ୍ଷିଣା ସ୍ୱରୂପ ସଭାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ । କାର୍ଯ୍ୟକ୍ରମକୁ ଅନିଲ ମଲ୍ଲିକ ସଂଯୋଜନା କରିଥିଲେ ।

Leave A Reply

Your email address will not be published.