jayashree

ଚାକିରୀରୁ ବହିଷ୍କୃତ ହେଲେ ଡା. ବାଚସ୍ପତି ଦାଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣାଗଡ ଡାକ୍ତରଖାନାର ପୂର୍ବତନ ଏସ୍‌ଡିଏମ୍ ଓ ତଥା ସ୍ତ୍ରୀ ଓ ପ୍ରସୁତୀ ରୋଗ ବିଶେଷଜ୍ଞ ଡା.ବାଚସ୍ପତି ଦାଶ ଚାକିରୀରୁ ବହିଷ୍କୃତ କରାଯାଇଛି । ପାଟଣାଗଡ ଆସିବା ପୂର୍ବରୁ ସେ ପୁରୀ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ । ସେଠାରେ ସେ ବେଆଇନ ଭାବେ ଭୃଣର ଲିଙ୍ଗ ନିରୂପଣ କରୁଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ତାଙ୍କୁ ପାଟଣାଗଡକୁ ବଦଳି କରାଯିବା ସହ ତଦନ୍ତ ଜାରି ରହିଥିଲା । ଆଜି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିବା ବଲାଙ୍ଗିର ସିଡିଏମଓ ସୂଚନା ଦେଇଛନ୍ତି । ପ୍ରକାଶ ଯେ, ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରେ ମଧ୍ୟ ତାଙ୍କ କାର୍ଯ୍ୟକଳାପ ବିବାଦ ଘେରରେ ରହିଥିଲା। ସରକାରୀ ଡାକ୍ତରଖାନରେ ଚିକିତ୍ସା ଓ ଅପରେସନ ପାଇଁ ମୋଟା ଅଙ୍କ ଦାବୀ କରୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲା । କିଛି ଦିନ ପୂର୍ବରୁ ଡା. ଦାଶ ରୋଗୀଙ୍କୁ ଅପରେସନ ବାବଦକୁ ଲାଞ୍ଚ ମାଗୁଥିଭା ଏକ ଭିଡିଓ ଭାଇରାଲ ହୋଇଥିଲା । ଏହା ପରେ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ବଦଳି କରାଯିବା ସହ ତଦନ୍ତ ଜାରି ରହିଥିଲା । ବଦଳି ପରିବର୍ତ୍ତେ ଏଭଳି ଡାକ୍ତରଙ୍କୁ ସିଧା ସିଧା ବହିଷ୍କାର କରାଯାଉ ବୋଲି ଅଂଚଳବାସୀ ଦାବୀ କରିଥିଲେ । ଆଜି ଭୀନ୍ନ ଏକ ଘଟଣାରେ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି ।

Leave A Reply

Your email address will not be published.