୩ଟି ବାଘଛାଲ ଜବତ ସହ ୩ ଗିରଫ

ଝାରସୁଗୁଡ଼ା : ଝାରସୁଗୁଡ଼ା ଏବଂ ସମ୍ବଲପୁର ପୋଲିସ ସହାୟତାରେ ଏସ୍‌ଟିଏଫ୍‌ ଟିମ୍‌ ମିଳିତ ଭାବେ ଚଢ଼ାଉ କରି ଝାରସୁଗୁଡ଼ା ଜିଲ୍ଲାର ମାଳିଡିହି ଛକରୁ ୩ଟି ବାଘଛାଲ ଜବତ କରିଛି । ବାଘଛାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ଏହି ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ଯୋଗୀଡିହି ଗ୍ରାମର ସୁମିତ କୁମାର ପଟେଲ, ବଲାଙ୍ଗିର ଜିଲ୍ଲା ସୁଦୁପଡ଼ାର କୃପା ସାହୁ, ସମ୍ବଲପୁର ଜିଲ୍ଲା ଜୁଜୁମରା ଥାନା ଅନ୍ତର୍ଗତ ପଳାସମାଳର ଆଦିତ୍ୟ ପାତ୍ରଙ୍କୁ ଗିରଫ କରାଯାଇଛି । ଏମାନଙ୍କ ନିକଟରୁ ୩ଟି ଚିତାବାଘର ଛାଲ ଜବତ କରାଯାଇଛି । କେସ୍‌ ନଂ ୨୨/୨୨ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି ।

Leave A Reply

Your email address will not be published.