ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ନିକଟସ୍ଥ ମା’ରାମଚଣ୍ଡୀ ମନ୍ଦିର ନବକଳେବରର ପ୍ରଥମ ବାର୍ଷିକୀ ଉତ୍ସବ ଅବସରରେ ସାଂସ୍କୃତିକ ସନ୍ଧ୍ୟାର ପ୍ରଥମ ରଜନୀରେ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତରେ ପରିବେଶ ମନ୍ତ୍ରମୁଗ୍ଧ ହୋଇଉଠିଥିଲା । ତାହାଠାରୁ ଅଧିକ ଦୁଇ ଗୁଣିତ କରିଥିଲା ଗଞ୍ଜାମ ଲୋକନାଟ୍ୟ ଲୋକ ପରମ୍ପରା ସହରୀ ବାଘ ନାଚ । ଅଗଣିତ ଦର୍ଶକଙ୍କ ମନକୁ ହରଣ କରିବା ସହ ଦର୍ଶକଙ୍କୁ ବିମୋହିତ କରିଥିଲା ଏହି ସନ୍ଧ୍ୟା ।