ଜନବସତି ଭିତରେ ବାଘ

ନୂଆପଡା, (ନିରାକାର ମେହେର) : ନୂଆପଡା ସଦର ବ୍ଲକ ଧରମବନ୍ଧା କୁଟରେଙ୍ଗାପଡା ଗ୍ରାମରେ ବାଘ ଆତଙ୍କ ଖେଳାଇ ଦେଇଥିବା ସୂଚନା ମିଳିଛି । ଗ୍ରାମ ନିକଟରେ ଏକ ଗାଈକୁ ମାରି ଖାଇଛି ବାଘ । ଗତକାଲି ଏଭଳି ଏକ ଘଟଣା ଘଟିଛି କୁଟରେଙ୍ଗାପଡା ଗ୍ରାମରେ । ସୂଚନା ଅନୁସାରେ ଗତକାଲି ଉକ୍ତ ଗ୍ରାମର ଅଗନ ମାଝୀ ତାଙ୍କ ଗାଈମାନଙ୍କୁ ଗାଈ ଗୁହାଳରୁ ବାହାର କରି ଜଙ୍ଗଲକୁ ଚରାଇବା ପାଇଁ ନେଇ ଯାଇଥିଲେ । ଠିକ୍‌ ଏହି ସମୟରେ ହଠାତ୍‌ ବାଘ ଆସି ଗାଈଟିର ତଣ୍ଟିଟିକୁ କାମୁଡି ଜଙ୍ଗଲ ଭିତରକୁ ଟାଣି ନେଇଥିଲା । ଏହା ଦେଖି ଗ୍ରାମର ଲେକେ ଚିତ୍କାର କରିବାରୁ ଗାଈଟିକୁ ସେଠି ପକାଇ ଦେଇ ଜଙ୍ଗଲ ମଧ୍ୟକୁ ପଳାଇ ଯାଇଥିଲା । ଏହି ଖବର ପାଇ ସାଙ୍ଗେ ସାଙ୍ଗେ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ବାଘର ପାଦ ଚିହ୍ନ ଠାବ କରିଥିଲେ । ଏକାକୁ ନେଇ ଜନସାଧାରଣ ସାବଧାନ ହେବାକୁ ବନବିଭାଗ ତରଫରୁ କୁହାଯାଇଛି । ଅନ୍ୟପକ୍ଷରେ ସାରା ଅଞ୍ଚଳରେ ବାଘକୁ ନେଇ ଆତଙ୍କ ଖେଳି ଯାଇଥିବା ଦେଖାଦେଇଛି ।

Leave A Reply

Your email address will not be published.