ନୂଆପଡ଼ାରେ ବୁଲୁଛନ୍ତି ମା’ ଓ ଛୁଆ ବାଘ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଜାମଗାଁ ସ୍ଥିତ ସିଆର୍‌ପିଏଫ୍ କ୍ୟାମ୍ପ ନିକଟରେ ବୁଲୁଛନ୍ତି ମା’ ଓ ଛୁଆ ବାଘ । ବାଘୁଣୀ ତାର ଛୁଆ ସହ ବୁଲୁଥିବା ଲୋକେ ଦେଖିଥିବା କହିଛନ୍ତି । ଏମିତିକି ମୋବାଇଲ କ୍ୟାମେରାରେ ବାଘ ସହ ଛୁଆର ଫଟୋକୁ କଏଦ କରିଛନ୍ତି । ସୂଚନାନୁଯାୟୀ ଗତ ଦୁଇ ଦିନ ତଳେ ଛତିଶଗଡ଼ ରାଜ୍ୟ ଉଦନ୍ତୀସୀତା ନଦୀ ଅଭୟାରଣ୍ୟ ଅଞ୍ଚଳରୁ ଏକ ମହାବଳ ବାଘ ନିଜ ଛୁଆକୁ ଧରି ଖାଦ୍ୟ ଅନ୍ଵେଷଣରେ ସୁନାବେଡ଼ା ଅଭୟାରଣ୍ୟକୁ ଚାଲି ଆସିଥିବା ଲୋକେ ଦେଖିବାକୁ ପାଇଥିଲେ । ଶନିବାର ସନ୍ଧ୍ୟାରେ ସୁନାବେଡ଼ା ଅଭୟାରଣ୍ୟ କୋମନା ଥାନା ଜାମଗାଁ ସିଆରପିଏଫ୍ କ୍ୟାମ୍ପ ନିକଟରେ ଏହି ମହାବଳ ବାଘ ଛୁଆ ସହ ବୁଲୁଥିବା ଲୋକେ ଦେଖିବାକୁ ପାଇଛନ୍ତି ।

Leave A Reply

Your email address will not be published.